ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ ପଦକ । ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ୨-୧ରେ ସ୍ପେନକୁ ହରାଇଲା । ଭାରତ ତରଫରୁ ଦୁଇଟି ଗୋଲ ଦେଇଥିଲେ ହରମନପ୍ରୀତ ସିଂ । ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ଦଳ ପଦକ ଜିତିଛି । ଟୋକିଓ ପରେ ପ୍ୟାରିସରେ ମଧ୍ୟ ବ୍ରୋଞ୍ଜ ପଦକ ପାଇଛି ଭାରତ । ପ୍ରଥମ କ୍ବାର୍ଟରରେ କୌଣସି ଦଳ ଗୋଲ ଦେଇ ନଥିଲେ ।
ଦ୍ବିତୀୟ କ୍ବାର୍ଟରର ସ୍ପେନ ପ୍ରଥମ ଗୋଲ କରିଥିଲା । ୧୮ ମିନିଟରେ ଗୋଲି କରିଥିଲେ ମାର୍କ ମିରାଲେସ । ଦ୍ବିତୀୟ କ୍ବାର୍ଟର ଅନ୍ତିମ ମୁହୂର୍ତ୍ତ ଅର୍ଥାତ ୩୦ ତମ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ଗୋଲ କରିଥିଲେ ହରମନପ୍ରୀତ ସିଂ । ତୃତୀୟ କ୍ବାର୍ଟର ଆରମ୍ଭରୁ ୩୩ତମ ମିନିଟରେ ହରମନପ୍ରୀତ ପୁଣି ଗୋଟିଏ ଗୋଲ କରି ଭାରତକୁ ୨-୧ରେ ଅଗ୍ରଣୀ କରିଥିଲେ । ତୃତୀୟ କ୍ବାର୍ଟର ବେଶ ସଂଘର୍ଷ ପୂର୍ଣ୍ଣ ଥିଲା । କିନ୍ତୁ କୌଣସି ଦଳ ପରସ୍ପରକୁ ଗୋଲ ଦେଇ ପାରିନଥିଲେ । ଫଳରେ ତୃତୀୟ କ୍ବାର୍ଟର ସୁଦ୍ଧା ୨-୧ରେ ଅଗ୍ରଣୀ ରହିଥିଲା ଭାରତ ।