ଭୁବନେଶ୍ୱର (କେନ୍ୟୁଜ୍) : ପୂର ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖି ବଢ଼ିଆ ବିଜୟ ହାସଲ କଲା ଭାରତୀୟ ହକି ଦଳ । ଆଜି ଓଡ଼ିଶା ବିଶ୍ୱ କପ୍ ହକିର ପ୍ରଥମ ଦିବସ ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲ୍ରେ ପରାସ୍ତ କରିଛି ।
ଆରମ୍ଭରୁ ଆକ୍ରମଣ କରିଥିଲା ଭାରତୀୟ ଦଳ । ହରମନପ୍ରୀତଙ୍କ ରିବାଉଣ୍ଡ ସଟ୍କୁ ଗୋଲ୍ରେ ବଦଳାଇଥିଲେ ମନଦୀପ ସିଂହ । ଏହି ପ୍ରଥମ ଗୋଲ୍ ପରେ ଆହୁରି ଯୋଶ୍ରେ ଖେଳିଥିଲେ ଭାରତୀୟ ଖେଳାଳି । କିଛି ସମୟ ପରେ ଆକାଶଦୀପ ଚମତ୍କାର ଡ୍ରିବଲିଂ କରି ଦ୍ୱିତୀୟ ଗୋଲ୍ ଦେଇଥିଲେ । ବରୁଣଙ୍କ ପାସ୍କୁ ସିମରନଜିତ ଡିଫ୍ଲେକ୍ଟ କରିଥିଲେ ଏବଂ ଆକାଶଦୀପ ତାକୁ ସିଧାସଳଖ ଗୋଲ୍ପୋଷ୍ଟରେ ପୂରାଇ ଦେଇଥିଲେ ।
ପ୍ରଥମ କ୍ୱାର୍ଟରରେ ଏହି ଦୁଇଟି ଗୋଲ୍ ସ୍କୋର ହୋଇଥିଲା । ଦ୍ୱିତୀୟ କ୍ୱାର୍ଟରେ କୌଣସି ଗୋଲ୍ ହୋଇ ନଥିଲା । ପୁଣି ତୃତୀୟ ଭାଗରେ ସିମରନଜିତ ଏକ ଫିଲଡ୍ ଗୋଲ କରି ଦଳକୁ ୩-୦ରେ ଆଗୁଆ କରିଥିଲେ । ଏହାର ମାତ୍ର କେଇ ସେକେଣ୍ଡ ପରେ ଲଲିତ ସ୍କୋର କରିଥିଲେ ଚତୁର୍ଥ ଗୋଲ୍ ଏବଂ ସିମରନ୍ଜିତ ତାଙ୍କର ଦ୍ୱିତୀୟ ଗୋଲ୍ ସ୍କୋର କରିବାରୁ ୪୬ତମ ମିନିଟ୍ରେ ଭାରତ ୫-୦ରେ ପହଞ୍ଚିଥିଲା । ଅବଶ୍ୟ ଶେଷ ଆଡ଼କୁ ଭାରତୀୟ ଖେଳାଳି ଟିକେ ଧମେଇ ଯାଇଥିଲେ । ତେବେ ସେତେବେଳକୁ ଆଉ ଦକ୍ଷିଣ ଆଫ୍ରିକା ଦଳର ମ୍ୟାଚ୍କୁ ଫେରିବା ପାଇଁ ସୁଯୋଗ ନଥିଲା ।
ଆଜି ପୁଲ୍ ‘ସି’ର ଦୁଇଟି ମ୍ୟାଚ୍ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍ରେ ବେଲଜିୟମ ୨-୧ ଗୋଲ୍ରେ କାନାଡ଼ାକୁ ହରାଇଥିଲା । ଏହି ପୁଲ୍ରେ ବେଲଜିୟମ୍ ହିଁ ଭାରତ ପାଇଁ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ଆଶା କରାଯାଉଛି । ଆସନ୍ତା ଡିସମ୍ବର ୨ ତାରିଖରେ ଦୁଇ ଦଳ ମଧ୍ୟରେ ମୁକାବିଲା ହେବ ।
ଚିୟରଅପ୍ କଲେ ଧନରାଜ ଓ ଲାଜରୁସ୍
ଭାରତୀୟ ଦଳର ପୂର୍ବତନ ଅଧିନାୟକ ଧନରାଜ ପିଲ୍ଲେ ଏବଂ ପୂର୍ବତନ ଡିଫେଣ୍ଡର ଓଡ଼ିଶାର ଲାଜରୁସ୍ ବାର୍ଲା ବସି ଖେଳ ଦେଖିବା ସହ ଦଳକୁ ଉତ୍ସାହିତ କରୁଥିଲେ । ଧନରାଜ ନିଜ ଆସନରୁ ଉଠି ପଡ଼ି କମନ ଇଣ୍ଡିଆ କହୁଥିବାର ଦେଖା ଯାଇଥିଲା । ଦେଖନ୍ତୁ ଭିଡିଓ ।
When the architect of modern hockey Dhanraj Pillay comes out himself to cheer the men in blue in their opening campaign of the Odisha Hockey Men’s World Cup Bhubaneswar 2018 against South Africa on 28th November#IndiaKaGame #HWC2018 #DilHockey #INDvRSA pic.twitter.com/bYLs3SKEWk
— Hockey India (@TheHockeyIndia) November 28, 2018
କାଲିର ମୁକାବିଲା
ଆସନ୍ତାକାଲି ପୁଲ୍ ‘ଏ’ର ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ୫ଟା ବେଳେ ଆର୍ଜେଣ୍ଟିନା ଓ ସ୍ପେନ୍ ଏବଂ ଦ୍ୱିତୀୟ ମ୍ୟାଚ୍ ରାତି ୭ଟା ବେଳେ ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ ।
.@chinglensana29 Singh is overjoyed about Team India’s great start against South Africa, but acknowledges they still have a challenging road ahead.#IndiaKaGame #HWC2018 #DilHockey #INDvRSA pic.twitter.com/rSvTltI3PB
— Hockey India (@TheHockeyIndia) November 28, 2018