ମହିଳା କ୍ରିକେଟରେ ରୌପ୍ୟରେ ସନ୍ତୁଷ୍ଟ ଭାରତ, ଅଷ୍ଟ୍ରେଲିଆଠାରୁ ୯ ରନ୍‌ରେ ହାରିଲା ଦଳ

କେନ୍ୟୁଜ୍:ମହିଳା କ୍ରିକେଟର ରୌପ୍ୟରେ ସନ୍ତୁଷ୍ଟ । ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ସାମିଲ ମହିଳା ଟେ୍ଵଣ୍ଟି-୨୦ କ୍ରିକେଟରୁ ଭାରତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ହର୍ମନପ୍ରୀତ କୌରଙ୍କ ଦଳ ୯ ରନ୍‌ରେ ହାରିଯାଇଥିଲେ।

ଅଷ୍ଟ୍ରେଲିଆ ୧୬୧ ରନ୍‌ କରିଥିବାବେଳେ ଭାରତ ୩ ବଲ୍‌ ପୂର୍ବରୁ ୧୫୨ ରନରେ ଅଟକିଯାଇଥିଲା। ଏଥି ସହ ଅଷ୍ଟ୍ରେଲିଆ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା କ୍ରିକେଟ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛି। ଏହା ପୂର୍ବରୁ ଇଂଲଣ୍ଡକୁ ୮ ଓ୍ଵିକେଟରେ ହରାଇ ନ୍ୟୁଜିଲାଣ୍ଡ କାଂସ୍ୟ ପଦକ ଜିତିନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.