ଭାରତ ଜିତିଲା ପ୍ରଥମ ଆଇସିସି ୧୯ ବର୍ଷରୁ କମ୍ ଟି-୨୦ ବିଶ୍ୱକପ୍
ଭାରତୀୟ ୧୯ ବର୍ଷରୁ କମ୍ ମହିଳା ଦଳ ଜିତିଛି ଟି-୨୦ କ୍ରିକେଟ୍ ବିଶ୍ୱକପ୍ । ଆଜି ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡକୁ ୭ ଓ୍ଵିକେଟ୍ରେ ହରାଇ ଭାରତ ଟାଇଟଲ୍ ଜିତିଛି । ପ୍ରଥମଥର ଆୟୋଜିତ ହୋଇଥିବା ୧୯ ବର୍ଷରୁ କମ୍ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ କ୍ରିକେଟ୍ରେ ଭାରତୀୟ ଦଳ ପ୍ରଥମ ଟାଇଟଲ୍ ଜିତି ଇତିହାସ ରଚିଛି ।
ଦକ୍ଷିଣ ଆଫ୍ରିକାର ପୋଚଫଷ୍ଟୁମ ଠାରେ ଖେଳା ଯାଇଥିବା ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ପରେ ଭାରତ ମାତ୍ର ୧୪ ଓଭରରେ ୩ ଓ୍ଵିକେଟ୍ ହରାଇ ୬୯ ରନ୍ କରି ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ଟି. ସାଧୁ, ପାର୍ଶ୍ୱି ଚୋପଡ଼ା ଏବଂ ଅର୍ଚ୍ଚନା ଦେବୀ ୨ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଥିଲେ । ସେହିପରି ବ୍ୟାଟିଂରେ ଜିତିବା ପାଇଁ ସେମାନଙ୍କୁ ବେଶି ସମୟ ଲାଗି ନଥିଲା ।