ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟି -୨୦ ମ୍ୟାଚରେ ହରାଇଲା ଭାରତ, କମାଲ କରି ଦେଖାଇଲେ ଭାରତୀୟ ବୋଲର

ତିରୁଅନନ୍ତପୁରମ ପ୍ରଥମ ଟି-୨୦ କମାଲ ଦେଖାଇଲେ ଭାରତୀୟ ଦଳ । ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟରେ ହରାଇଲା ଭାରତ । ୧୦୭ ରନ୍‌ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୨ ଓ୍ଵିକେଟ ହରାଇ ମ୍ୟାଚ ଜିତି ନେଇଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରୋହିତ ବାହିନୀ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୦୬ ରନ୍‌ କରିପାରିଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ୍ଵିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଓ ଦୀପକ ଚହର ୨ଟି ଲେଖାଏ ଓ୍ଵିକେଟ ନେଇଥିଲେ ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି- ୨୦ ସିରିଜ୍‌ର ପ୍ରଥମ ମ୍ୟାଚ ଜିତିଛି ଭାରତ। ଆଜି କେରଳ ଥିରୁଭନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ଆଜିର ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ୨୦ ଓଭର ୮ ୱିକେଟ୍ ହରାଇ ମାତ୍ର ୧୦୬ ରନ୍‌ କରି ପାରିଥିଲା। ମାତ୍ର ୯ ରନ୍‌ରେ ଦକ୍ଷିଣ ଆଫ୍ରିକାର ଅଧା ଟିମ୍ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲା।

୪ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲିପାରି ନଥିଲେ। ଦକ୍ଷିଣ ଆଫ୍ରିକା ୨୦ ଓଭର ୮ ୱିକେଟ୍ ହରାଇ ମାତ୍ର ୧୦୬ ରନ୍‌ କରି ପାରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ସର୍ବାଧିକ ୪୧ ରନ୍ କରିଥିବା ବେଳେ ଆଡେନ ମାର୍‌କ୍ରମ ୨୫ ଓ ୱାନେ ପାର୍ନେଲ୍‌ ୨୪ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରି ନଥିଲେ।

ଭାରତୀୟ ଟିମ୍‌ର ଦ୍ରୁତ ବୋଲର ଅର୍ଶଦୀପ ସିଂହ ଦ୍ୱିତୀୟ ଓଭରରେ ତିନୋଟି ୱିକେଟ୍ ନେଇଥିଲେ। ଟସ୍‌ ହାରିବା ପରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟାପ୍ଟେନ୍ ତେମ୍ବା ବାଭୁମା ଓ କ୍ୱିଣ୍ଟନ ଡିକକ୍‌ ଓପନିଂ କରିବାକୁ ଆସିଥିଲେ। ପ୍ରଥମ ଓଭରର ଶେଷ ବଲ୍‌ରେ ବାଭୁମା ଦୀପକ ଚହରଙ୍କ ଶିକାର ହୋଇଥିବା ବେଳେ ଦ୍ୱିତୀୟ ଓଭର ପ୍ରଥମ ବଲ୍‌ରେ ଡିକ୍‌ଙ୍କୁ ବୋଲ୍ଡ କରିଥିଲେ ଅର୍ଶଦୀପ ସିଂହ। ଦକ୍ଷିଣ ଆଫ୍ରିକା ଟିମ୍‌ ୬ ଓଭରରେ ୫ ୱିକେଟ୍ ହରାଇ ୩୦ ରନ୍ କରିପାରିଥିଲା।

ଭାରତ ପକ୍ଷରୁ ହର୍ଷଦୀପ ସିଂହ ୩ ୱିକେଟ୍ ନେଇଥିବା ବେଳେ ଦୀପକ ଚହର ୨ଟି, ହର୍ଷଲ ପଟେଲ ୨ ଓ ଅକ୍ସର ପଟେଲ ୧ ଲେଖାଏ ୱିକେଟ୍ ନେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.