ଭାରତ-ନ୍ୟୁଜିଲାଣ୍ଡ ତୃତୀୟ T20 ମ୍ୟାଚ, ୧୬୮ ରନରେ ଜିତିଲା ଭାରତ

କେନ୍ୟୁଜ୍(ବ୍ୟୁରୋ): ଓ୍ଵାନ ଡେ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିଲା ଟିମ ଇଣ୍ଡିଆ । ଅହମଦାବାଦ ତୃତୀୟ ତଥା ଅନ୍ତିମ ଟି ଟେ୍ଵଣ୍ଟିରେ କିଓ୍ଵି ଟିମକୁ ୧୬୮ ରନରେ ପରାସ୍ତ କରିଛି ହାର୍ଦ୍ଦିକ ଆଣ୍ଡ କୋ । ଭାରତର ୨୩୫ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଭ୍ରମଣକାରୀ ଟିମ ୬୬ ରନରେ ଅଲଆଉଟ ହୋଇଛି । ଦଳ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଓ୍ଵିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପୂର୍ବରୁ ଶୁବମନ୍‌ ଗିଲ୍‌ଙ୍କ ବିସ୍ଫୋରକ ଇଂନିସ ବଳରେ ୨୩୪ ରନ୍‌ କରିଥିଲା

ଭାରତ ଅପରାଜିତ ୧୨୬ ରନ୍‌ର ଶତକୀୟ ଇଂନିସ ଖେଳଥିଲେ ଶୁବମନ୍‌ ଗିଲ୍‌ । ୬୩ ବଲ୍‌ରେ ୭ଟି ଛକା ୧୨ଟି ଚୌକା ମାରି ୧୨୬ ରନ୍‌ କରିଥିଲେ ଗିଲ୍‌ । ଓପନର ଇଷାନ କିସନ ଆଉଟ୍‌ ହେବା ପରେ ପାଳି ସମ୍ଭାଳିଥିଲେ ଗିଲ୍‌ ଓ ରାହୁଲ ତ୍ରିପାଠୀ । ରାହୁଲ ୨୨ ବଲ୍‌ରେ ୪ଟି ଚୌକା ଓ ୩ଟି ଛକା ସହ ୪୪ ରନ୍‌ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ୨୪ ରନ୍‌ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.