ଦ୍ବିତୀୟ ଟେଷ୍ଟରେ ଜମେଇକି ଜିତିଲା ଟିମ୍ ଇଣ୍ଡିଆ, ୩୩୬ ରନରେ ହାରିଲା ଇଂଲଣ୍ଡ, ସରିଜ୍ ୧-୧

ବର୍ମିଂହାମ୍ : ଦ୍ବିତୀୟ ଟେଷ୍ଟରେ ଘରୋଇ ଇଂଲଣ୍ଡ ଦଳକୁ ଭାରତ ୩୩୬ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି । ପେସ୍ ବୋଲର ଆକାଶଦୀପଙ୍କ ଚମତ୍କାର ବୋଲିଂ ବଳରେ ଭାରତୀୟ ଦଳ ଇଂଲଣ୍ଡକୁ ଦ୍ବିତୀୟ ଇନିଂସରେ ୨୭୧ ରନରେ ଅଲଆଉଟ୍ କରି ଦେଇଛି ।

ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ଭାରତ ଦ୍ବିତୀୟ ଟେଷ୍ଟକୁ ନିଜ କବଜାକୁ ଆଣିଛି । ଫଳରେ ଏହି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ ସ୍ଥିତିକୁ ଆସିଛି । ଇଂଲଣ୍ଡ ପକ୍ଷରୁ ଦ୍ବିତୀୟ ଇନିଂସରେ ଜେମି ସ୍ମିଥ୍ ସର୍ବାଧିକ ୮୮ ରନ୍ କରିଛନ୍ତି । ଆକାଶଦୀପ ୯୯ ରନ୍ ଦେଇ ଭାରତ କ୍ଷରୁ ୬ଟି ୱିକେଟ୍ ନେଇଛନ୍ତି ।