ପଞ୍ଚମ ଟି୨୦ ଭାରତ ଜିତିଲା ୪୨ ରନରେ, ଜିମ୍ବାେଓ୍ଵ ସିରିଜ୍ ହାରିଲା ୧-୪ରେ

ହରାରେ : ପଞ୍ଚମ ତଥା ଶେଷ ମ୍ୟାଚ୍ ଜିତି ଜିମ୍ବାେଓ୍ଵ ବିରୋଧରେ ୪-୧ରେ ଟି୨୦ ସିରିଜ୍ ବିଜୟୀ ହୋଇଛି ଭାରତୀୟ ଦଳ । ପଞ୍ଚମ ମ୍ୟାଚରେ ଭାରତ ୪୨ ରନରେ ବିଜୟୀ ହୋଇଛି ।
ଜିମ୍ବାେଓ୍ଵ ଆଜି ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଦେଇଥିଲା । ସଞ୍ଜୁ ସାମସନ୍ ୪୫ ରନରେ ୫୮ ରନ୍ କରିଥିଲେ । ଫଳରେ ଭାରତୀୟ ଦଳ ୬ ଓ୍ଵିକେଟରେ ୧୬୭ ରନ୍ କରି ପାରିଥିଲା । ରିୟାନ୍ ପରାଗ ୨୨ ଓ ଶିବମ ଦୁବେ ୧୨ ବଲରେ ୨୬ ରନ୍ କରିଥିଲେ ।
ଜବାବରେ ଜିମ୍ବାେଓ୍ଵ ୧୮.୩ ଓଭରରେ ସବୁ ଓ୍ଵିକେଟ୍ ହରାଇ୧୨୫ ରନ୍ କରି ପାରିଥିଲା । ଦଳ ପକ୍ଷରୁ ଡିୟନ୍ ମେୟର୍ସ ସର୍ବାଧିକ ୩୪ ଏବଂ ମାରୁମନି ଓ ଆକ୍ରମ୍ ୨୭ ରନ୍ ଲେଖାଏଁ କରିଥିଲେ । ଭାରତର ପେସ୍ ବୋଲର ମୁକେଶ କୁମାର ୨୨ ରନ୍ ଦେଇ ୪ଟି ଓ୍ଵିକେଟ ନେବା ସହ ଜିମ୍ବାେଓ୍ଵକୁ ବଡ଼ ବଡ଼ ଝଟକା ଦେଇଥିଲେ । ଶିବମ ଦୁବେଙ୍କୁ ମିଳିଥିଲା ୨ଟି ଓ୍ଵିକେଟ୍ ।