ବାଲାଂଦେଶକୁ ୫ ରନରେ ହରାଇଲା ଟିମ୍ ଇଣ୍ଡିଆ, ଏବେ ଟାର୍ଗେଟ ସେମିଫାଇନାଲ ମ୍ୟାଚ୍

ସେମିଫାଇନାଲକୁ ରାସ୍ତା ପକ୍କା କଲା ଟିମ୍ ଇଣ୍ଡିଆ । ବାଲାଂଦେଶକୁ ୫ ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ବର୍ଷା ଯୋଗୁଁ ବାଲାଂଦେଶକୁ ୧୫୧ ରନର ଟାର୍ଗେଟ ମିଳିଥିଲା। ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା ବାଲାଂଦେଶ। ଭାରତ ବାଲାଂଦେଶକୁ ୧୮୫ ରନରେ ଟାର୍ଗେଟ ଦେଇଥିଲା। ବିଜୟ ସହ ଭାରତର ସେମିରେ ପ୍ରବେଶ ଆଶା ଉଜ୍ଜ୍ଵଳ ହୋଇଛି। ଲିଟନ ଦାସଙ୍କ ବିସ୍ଫୋରକ ୬୦ ରନର ଇନିଂସ ଭାରତୀୟଙ୍କ ମନରେ ଆଶଙ୍କା ସୃଷ୍ଟି କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୪ ରନ କରିଥିଲା। ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।
ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା ବାଲାଂଦେଶ। ପ୍ରଥମେ ଭାରତ ୨୦ ଓଭରରେ୬ ଓ୍ଵିକେଟ ହରାଇ ୧୮୫ ରନ ଟାର୍ଗେଟ ବାଲାଂଦେଶକୁ ଦେଇଥିଲା। ତେବେ ବାଲାଂଦେଶ ବିନା କୌଣସି ଓ୍ଵିକେଟ ହରାଇ ବ୍ୟାଟିଂ କରି ୬୬ ରନ୍ କରିଥିବା ବେଳେ ବର୍ଷା ବାଧକ ସାଜିଥିଲା। ଆଉ ବର୍ଷା ଯୋଗୁଁ ୭ ଓଭର ବେଳକୁ ୬୬ ରନ୍ କରିଥିଲା । ଆଉ ଡିଏଲଏସ ନିୟମ ଅନୁଯାୟୀ ଭାରତ ୭ ଓଭରରେ ୧୭ ରନ୍ ପଛରେ ରହିଥିଲା। ତେବେ ବର୍ଷା ଛାଡିବା ପରେ ବାଲାଂଦେଶକୁ ଡିଏଲଏସ ନିୟମ ଅନୁଯାୟୀ ୪ ଓଭର ବାଦ୍ ଦିଆଯାଇ ୧୫୧ ରନର ଟାର୍ଗେଟ ଦିଆଯାଇଥିଲା ।
ତେବେ ୬୬ ରନ୍ ପର୍ଯ୍ୟନ୍ତ ବିଲକୁଲ ଓ୍ଵିକେଟ ପଡିନଥିବା ବାଲାଂଦେଶର ବର୍ଷା ପରେ ଓ୍ଵିକେଟ ପଡିବା ଆରମ୍ଭ ହୋଇଥିଲା। ବାଲାଂଦେଶର ବ୍ୟାଟର ଲିଟନ ଦାସ୍ ୨୭ ବଲରେ ୬୦ ରନ୍ କରିଥିବା ବେଳେ ଶାନ୍ତୋ ୨୫ ବଲରେ ୨୧ ରନ୍ କରିଥିଲେ। ତା’ ପରେ ଶକିବ ଅଲ୍ ହସନ ୧୩, ଆଫିଫ ହୋସେନ ୩, ୟାସିର ଅଲ୍ଲୀ ୧, ମୋଦସକ ହୋସେନ ୬ ରନ୍ କରି ଆଉଟ୍ ହୋଇଥିଲେ।
ଭାରତ ପକ୍ଷରୁ ଅର୍ଶଦୀପ ସିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ ନେଇଥିଲେ।
ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ବିନିୟମରେ ୧୮୪ ରନ୍ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୬୪ ରନ କରି ନଟ୍ ଆଉଟ ରହିଥିବା ବେଳେ କେଏଲ୍ ରାହୁଲ୍ ୩୨ ବଲରେ ୫୨ ରନ୍ କରିଥିଲେ। ତେବେ ଆଜିର ମ୍ୟାଚରେ ଅର୍ଦ୍ଧଶତକ କରି କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଭାରତ ପାଇଁ ଲକି ସାବ୍ୟସ୍ତ ହୋଇଥିଲା। ସେହିପରି ସୂର୍ଯ୍ୟ କୁମାର ଯାଦବ ୧୬ ବଲରେ ୩୦ ରନ୍ କରିଥିଲେ। ଶେଷ ବେଳକୁ ବ୍ୟାଟିଂ କରିବାକୁ ଆସିଥିବା ସ୍ପିନର ରିବଚନ୍ଦ୍ରନ ଅଶ୍ୱିନୀ ଜବରଦସ୍ତ ବ୍ୟାଟିଂ କରି ମାତ୍ର ୬ ବଲରେ ୧୩ ରନ୍ କରି ନଟ୍ ଆଉଟ୍ ରହିଛନ୍ତି।
ଅନ୍ୟପଟେ ବାଂଲାଦେଶ ପକ୍ଷରୁ ମେହମ୍ମୁଦ ହୁସେନ୍ ସର୍ବାଧିକ ୩ଟି ୱେକେଟ୍ ନେଇଥିବା ବେଳେ ଅଧିନାୟକ ସକିବ୍ ଅଲ ହସନ ୨ ୱିକେଟ୍ ନେଇଥିଲେ। ହେଲେ ଆଜିର ମ୍ୟାଚରେ ବାଂଲାଦେଶର ଅନ୍ୟ ବୋଲର ସରିଫୁଲ ଇସ୍ଲାମ, ତସ୍କିନ ଅହମ୍ମଦ ଓ ମୁସ୍ତାଫିଜୁର ରେହମାନ ଗୋଟିଏ ବି ୱିକେଟ୍ ନେଇପାରି ନାହାନ୍ତି। ଭାରତ ନଭେମ୍ବର ୬ରେ ନିଜର ଶେଷ ମ୍ୟାଚ୍ରେ ଜିମ୍ବାଓ୍ଵେକୁ ଭେଟିବ।