ଇଂଲଣ୍ଡକୁ ୭ ରନ୍‌ରେ ହରାଇଲା ଭାରତ, ୨-୧ ରେ କବ୍‌ଜା କଲା ଦିନିକିଆ ସିରିଜ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଆଜି ଭାରତ ୭ ରନ୍‌ରେ ଇଂଲଣ୍ଡକୁ ହରାଇ ୨-୧ ରେ ଦିନିକିଆ ସିରିଜ କବ୍‌ଜା କରିଛି । ୩୩୦ ରନ୍‌ର ଲକ୍ଷ୍ୟ ନେଇ ଇଂଲଣ୍ଡ ଖେଳ ଆରମ୍ଭ କରିଥିବ ବେଳେ ସମସ୍ତ ୫୦ ଓଭର ଖେଳି ୯ ଓ୍ଵିକେଟରେ ୩୨୨ ରନ୍‌ ସଂଗ୍ରହ କରିପାରିଛି । ଫଳରେ ୭ ରନ୍‌ରେ ଇଂଲଣ୍ଡ ଆଜି ଭାରତ ଠାରୁ ପରାଜୟ ବରଣ କରିଛି ।

ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ଯାଟିଂ ଦେଇଥିଲା। ଅଧିନାୟକ ଜୋସ୍ ବଟଲର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଭାରତ ୪୮.୨ ଓଭର ଖେଳି ୩୨୯ ରନ କରି ଅଲଆଉଟ ହୋଇଛି।

ଇଂଲଣ୍ଡ ଟସ୍ ଜିତି ଟିମ୍ ଇଣ୍ଡିଆକୁ ବ୍ଯାଟିଂ କରିବାର ସୁଯୋଗ ଦେଇଥିଲା। ରୋହିତ ଶର୍ମା ଓ ଶିଖର ଧୱନ ପ୍ରଥମେ ବ୍ଯାଟିଂ କ୍ରିଜକୁ ଓହ୍ଲାଇଥିଲେ। ଦୁହେଁ ପଡିଆରେ ଦମଦାର ବ୍ଯାଟିଂ କରିଥିଲେ। ଦୁହିଁଙ୍କ ଭାଗଦାରିତାରେ ଇଣ୍ଡିଆ ମାତ୍ର ୧୪ ଓଭରରେ କୌଣସି ଉଇକେଟ ନ ହରାଇ ୧୦୦ ରନ କରିଥିଲା। କିନ୍ତୁ ରୋହିତ ଶର୍ମା ଆଦିଲ ରାସିଦଙ୍କ ବଲରେ ୩୭ ରନ କରି ଆଉଟ ହୋଇଥିଲେ। ତା’ ପରେ ଧୱନ ଆଦିଲ ରାସିଦଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ଧୱନ ୫୬ ବଲ ଖେଳି ୬୭ ରନ୍ କରିଥିଲେ। ତା’ପରେ ମଇଦାନକୁ ଓହ୍ଲାଇଥିଲେ ଅଧିନାୟକ ବିରାଟ କୋହଲି। ବିରାଟ ମୋଇନି ଅଲ୍ଲୀଙ୍କ ବଲର ମାତ୍ର ୭ ରନ କରି ଆଉଟ ହୋଇଥିଲେ।

ସବୁଥର ଭଳି ଋଷଭ ପନ୍ତଙ୍କ ଭଳି ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ୬୨ ବଲରେ ୭୮ ରନ କରି ସାମ୍ କ୍ଯୁରାନଙ୍କ ବଲରେ ଆଉଟ୍ ହୋଇଥିଲେ। ପନ୍ତଙ୍କ ସହିତ ପଡିଆରେ କେଏଲ ରାହୁଲ ରହିଥିଲେ ମଧ୍ୟ ମାତ୍ର ୭ ରନ କରି ଆଉଟ ହୋଇଯାଇଥିଲେ। ଶାର୍ଦ୍ଦୁଲ ୩୦ ରନ କରି ମାର୍କ ଉଡଙ୍କ ବଲରେ ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଲଙ୍କ ପରେ କୁନାଲ ପାଣ୍ଡ୍ଯା ମଧ୍ୟ ୨୫ ରନ କରି ଆଉଟ୍ ହୋଇଥିଲେ। ଭୁବନେଶ୍ବର କୁମାର ୩ରନ ଏବଂ ପ୍ରସିଦ୍ଧ ୦ ରନ କରି ଆଉଟ ହୋଇଥିଲେ। ତେଣୁ ଭାରତ ଇଂଲଣ୍ଡ ସାମ୍ନାରେ ୩୨୯ ରନର ଟାର୍ଗେଟ ରଖିପାରିଥିଲା।

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ୩ଟି, ଆଦିଲ ରାସିଦ ୨ଟି, ସାମ କୁରେନ, ରସି ଟୋପଲେ, ବେସ ଷ୍ଟୋକ୍ସ, ମୋଇନି ଅଲ୍ଲୀ, ଲିଭିଂଷ୍ଟୋନ ଗୋଟିଏ ଲେଖାଏଁ ଉଇକେଟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.