ପ୍ରଥମ ଦିନିକିଆ ମ୍ୟାଚ୍ : ୮ ଓ୍ଵିକେଟରେ ଭାରତ ବିଜୟ !

ନୂଆଦିଲ୍ଲୀ : ଗତକାଲି ମ୍ୟାଚରେ କୂଳଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଝଡ଼ ଦେଖିବାକୁ ମିଳିଛି। ଟି-ଟ୍ବଣ୍ଟି ପରେ ଦିନିକିଆରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଏଥିପାଇଁ ନିଜ ମାଟିରେ ଆଣ୍ଠେଇ ପଡ଼ିଥିଲା ଇଂଲଣ୍ଡ । ପ୍ରଥମ ଦିନିକିଆକୁ ୮ ଓ୍ଵିକେଟରେ ଜିତି ନେଇଛି ମେନ୍ ଇନ୍ ବ୍ଲୁ। ୨୬୯ ରନ୍ ବିଜୟ ଲକ୍ଷ୍ୟକୁ ମାତ୍ର ୨ ଓ୍ଵିକେଟ ବିନିମୟରେ ହାସଲ କରି ନେଇଥିଲା ଭାରତ। ଦମଦାର ଶକତ ହାସଲ କରିଥିଲେ ରୋହିତ ଶର୍ମା। ୧୦୫ ବଲରୁ କରିଥିଲେ ୧୨୫ ରନ୍ ।

ସେହିପରି ବିରାଟ କୋହଲି ୭୫ ରନ୍ ଓ ଶିଖର ଧଓ୍ଵନ ୪୦ ରନ୍ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଇଂଲିଶ ବାହିନୀ ୨୬୮ ରନରେ ସୀମିତ ରହି ଯାଇଥିଲା । କୂଳଦୀପ ଯାଦବଙ୍କ ଘାତକ ସ୍ପିନ୍ ବୋଲିଂ ଆଗରେ ଭୁଶୁଡ଼ି ପଡ଼ିଥିଲା ଇଂଲଣ୍ଡର ବ୍ୟାଟିଂ ଲାଇନ୍ ଅଫ୍ । ସେ ୬ଟି ଓ୍ଵିକେଟ ନେଇଥିଲେ । ଇଂଲଣ୍ଡରେ ଦିନିକିଆରେ ୬ ଓ୍ଵିକେଟ ଅକ୍ତିଆର କରିବାରେ କୂଳଦୀପ ହୋଇଛନ୍ତି ପ୍ରଥମ ସ୍ପିନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.