ପ୍ରଥମ ମ୍ଯାଚର ବଦଲା ଦ୍ବିତୀୟ ମ୍ଯାଚରେ ନେଲା ଭାରତ, ଇଂଲଣ୍ଡକୁ ୩୧୭ ରନରେ ହରାଇଲା ଟିମ୍ ଇଣ୍ଡିଆ

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ ସେନା ଦମଦାର୍ ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଟିମ୍ ଇଣ୍ଡିଆର ବୋଲିଂର ସାମ୍ନା କରିନପାରି ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୧-୧ ସ୍ତରକୁ ଆଣିଛି ।

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରୁ ଭାରତର ଦମଦାର ବ୍ଯାଟିଂ ଯୋଗୁଁ ଭାରତ କବଜାରେ ମ୍ୟାଚ୍ ରହିଥିଲା । ଦଳ ତୃତୀୟ ଦିନରେ ଇଂଲଣ୍ଡର ୩ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲା । ଚତୁର୍ଥ ଦିନରେ ଇଂଲଣ୍ଡର ଅନ୍ୟ ବ୍ୟାଟସମ୍ୟାନମାନେ ଆଉଟ୍ ହୋଇଯାଇଥିଲେ । ୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ମାଇନ ଅଳ୍ଲୀ ସର୍ବାଧିକ ୪୩ ରନ୍ କରିଥିବା ବେଳେ, ଜୋ ରୁଟ୍ ୩୩ ରନ୍, ଡାନ୍ ଲରେନ୍ସ ୨୬, ରୋନୀ ଜେସେଫ ୨୫ ରନ୍ କରିଥିଲେ । ସେହିପରି ଓଲି ପୋପ୍ ୧୨ ରନ୍ କରିଥିଲେ । ଭାରତ ପକ୍ଷରୁ ଆର ଅଶ୍ୱିନୀ ୪, ଅକ୍ଷର ପଟେଲ୍ ୫ ଓ କୁଳଦୀପ ଯାଦବ ଦୁଇଟି ଓ୍ୱିକେଟ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.