ନ୍ୟୁଜିଲାଣ୍ଡ ଓ ଭାରତ ତୃତୀୟ ଟି-୨୦ ମ୍ୟାଚ୍‌ ଟାଏ, ୧-୦ ରେ ସିରିଜ ଜିତିଲା ଭାରତ

ନ୍ୟୁଜିଲାଣ୍ଡର ମ୍ୟାକଲିନ ପାର୍କରେ ଚାଲିଥିବା ନ୍ୟୁଜିଲାଣ୍ଡ ବନାମ ଭାରତ ତୃତୀୟ ଟି୨୦ ମ୍ୟାଚ୍‌ ବର୍ଷା ଯୋଗୁଁ ଟାଏ ହୋଇଛି । ଆଉ ୧-୦ରେ ସିରିଜ ଜିତିଛି ଭାରତ । ଆଉ DLS ନିୟମ ଅନୁଯାୟୀ ଦୁଇଟି ଯାକ ଟିମର ସ୍କୋର ୯ ଓଭର ବେଳକୁ ସମାନ ରହିଥିଲା ବୋଲିଜଣାପଡିଛି। ତେଣୁ ଏହି ମ୍ୟାଚ୍‌ ଟାଏ ହେବା ଫଳରେ ଭାରତ ୧-୦ରେ ସିରିଜ ବିଜୟ କରିନେଇଛି । ଆଜିର ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ୧୬୦ ରନ୍ କରି ନ୍ୟୁଜିଲାଣ୍ଡ ଟିମ୍ ଅଲଆଉଟ୍ ହୋଇଥିଲା। ୧୯.୪ଟି ବଲରେ ପୁରା ଟିମ୍ ଅଲ୍ଆଉଟ୍ । ଭାରତୀୟ ଟିମ୍କୁ ୧୬୧ ରନ୍ ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ ଟିମ୍ ।

ସିରିଜର ଶେଷ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୬୦ରନ୍ କରିଥିଲା । ଆଉ ମାତ୍ର ୨ଟି ବଲ୍ ବାକି ଥାଇ ପୁରା ଟିମ୍ ପ୍ୟାଭିଲିୟନ୍ ଫେରିଥିଲା ଟିମ୍‌। ନ୍ୟୁଜିଲାଣ୍ଡ ପକ୍ଷରୁ କନଓ୍ୱେ ସର୍ବାଧିକ ୫୯ ରନ୍ କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ ୫୪ ରନ୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚମ୍ପନ ୧୨ ରନ୍, ମିଚେଲ୍ ୧୦ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ୨ ଅଙ୍କ ଛୁଇଁପାରିନଥିଲେ । ସେହିପରି ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଏବଂ ମହମ୍ମଦ ସିରାଜ ସର୍ବାଧିକ ୪ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ହର୍ଶଲ ପଟେଲ ଗୋଟିଏ ଓ୍ୱିକେଟ୍ ନେଇଛନ୍ତି ।

ସେପଟେ ୧୬୧ ରନର ଟାର୍ଗେଟକୁ ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଦଳ ମାତ୍ର ୩ ଓଭର ଖେଳି ୨୩ ରନ୍ ସଂଗ୍ରହ କରିଥିଲା । ଇଷାନ୍ କିଷାନ ୧୦ ରନ୍, ରିଷଭ ପନ୍ଥ ୧୧ ରନ୍, ଶ୍ରେୟସ ଆୟର ବିନା ଖାତା ଖୋଲି ପ୍ୟାଭିଲିୟନ୍ ଫେରିଛନ୍ତି । ସୂର୍ଯ୍ୟକୁମାର ଯାଦବ ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଟିମର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରେ ୩୦ ରନ୍‌ କରିଥିଲେ। ହେଲେ ବର୍ଷା ଯୋଗୁଁ ୯ ଓଭରରେ ମ୍ୟାଚ୍‌କୁ ବନ୍ଦ କରିବାକୁ ପଡିଥିଲା। ଆଉ ବର୍ଷା ଛାଡିନଥିବାରୁ DLS ନିୟମ ଅନୁଯାୟୀ ଏହି ମ୍ୟାଚ୍‌ ଟାଏ ରହିଥିଲା ।

ନ୍ୟୁଜିଲାଣ୍ଡ ତରଫରୁ ଟିମ ସାଉଦୀ ୨ଟି, ଆଡାମ ମିଲନେ ୧ଟି, ସୋଢୀ ୧ଟି ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.