୧୫ ତାରିଖରେ ଘୋଷଣା ହେବ ୧୫ ଜଣିଆ ବିଶ୍ୱ କପ୍ ଦଳ

ମୁମ୍ବାଇ : ଆସନ୍ତା ୧୫ ତାରିଖ ଦିନ ବିଶ୍ୱ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ । ଏ ସମ୍ପର୍କରେ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି । ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ଆଇସିସି ବିଶ୍ୱକପ୍ରେ ଭାରତ ହେଉଛି ଅନ୍ୟତମ ଟାଇଟଲ୍ ଦାବିଦାର ଦଳ । ତେଣୁ ଏହାର ଖେଳାଳି ଚୟନ ଉପରେ ସମସ୍ତଙ୍କ ନଜର ରହିଛି । ଅବଶ୍ୟ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳର ଅଧିକାଂଶ ଖେଳାଳି ପ୍ରାୟତଃ ଚୟନ ସରିଛି । ବାକି ଗୋଟିଏ ଦୁଇଟି ସ୍ଥାନ ପାଇଁ ଖେଳାଳିଙ୍କ ନାମ ଘୋଷଣା କରାଯିବ । ବିଶେଷ କରି ୪ ନମ୍ବର ସ୍ଥାନରେ କାହାକୁ ନିଆଯିବ ସେ ନେଇ ଅନେକ ଦିନ ହେଲା ପରୀକ୍ଷା ନିରୀକ୍ଷା ଚାଲିଥିଲା । ଅମ୍ବାତି ରାୟୁଡୁ, ୠଷଭ ପନ୍ତ, ବିଜୟ ଶଙ୍କର, କେଏଲ୍ ରାହୁଲ ଏବଂ ଦୀନେଶ କାର୍ତ୍ତିକ ଏହି ସ୍ଥାନ ପାଇଁ ଦୌଡ଼ରେ ଅଛନ୍ତି ।
ଏହା ବ୍ୟତୀତ ଚତୁର୍ଥ ପେସ୍ ବୋଲର୍, ତୃତୀୟ ସ୍ପିନର୍ ଏବଂ ଦ୍ୱିତୀୟ ଓ୍ଵିକେଟ୍ କିପର୍ ଭାବେ କାହାକୁ ଚୟନ କରାଯିବ ସେ କଥା ୧୫ ତାରିଖ ଦିନ ଜଣାପଡ଼ିବ । ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କ ଜାଗା ପକ୍କା ଥିବା ବେଳେ ଚତୁର୍ଥ ପେସ୍ ବୋଲର ଦୌଡ଼ରେ ରହିଛନ୍ତି ସିଦ୍ଧାର୍ଥ କୌଲ, ମହମ୍ମଦ ସିରାଜ, ଖଲିଲ ଅହମଦ ଓ ଦୀପକ ଚହର । ସେହିପରି ସ୍ପିନର ଦୌଡ଼ରେ ଅଛନ୍ତି ରବୀନ୍ଦ୍ର ଜାଡେଜା । ଦ୍ୱିତୀୟ ଓ୍ଵିକେଟ୍ କିପର ଜାଗାଟି କାର୍ତ୍ତିକ କିମ୍ବା ପନ୍ତଙ୍କୁ ମିଳି ପାରେ । ଏପେ ଅପେକ୍ଷା ପୂରା ଟିମ୍ ଜାଣିବା ପାଇଁ ଏପ୍ରିଲ ୧୫କୁ ।