ବିଶ୍ୱ ହକି ର୍ୟାଙ୍କିଙ୍ଗରେ ଉପରକୁ ଉଠିଲା ଭାରତ !

ନୂଆଦିଲ୍ଳୀ : ଜର୍ମାନୀକୁ ପଛକୁ ଠେଲି ପଞ୍ଚମ ସ୍ଥାନକୁ ଯାଇଛି ଟିମ୍ ଇଣ୍ଡିଆ । ଏଫଆଇଏଚ୍ ର୍ୟାଙ୍କିଙ୍ଗରେ ପୂର୍ବରୁ ଷଷ୍ଠ ସ୍ଥାନରେ ଥିଲା ଭାରତ। ଜର୍ମାନୀ ପଞ୍ଚମ ସ୍ଥାନରେ ରହିଥିଲା । ଏବେ ଜର୍ମାନୀ ଷଷ୍ଠ ସ୍ଥାନକୁ ଯାଇଥିବା ବେଳେ ଭାରତ ପଞ୍ଚମ ସ୍ଥାନକୁ ଉଠିଛି । ଚାମ୍ପିଅନ୍ସ ଟ୍ରଫିରେ ଉନ୍ନତ ପ୍ରଦର୍ଶନ ପରେ ଭାରତୀୟ ହକି ର୍ୟାଙ୍କରେ ପଦୋନ୍ନତି ହୋଇଛି । ନିକଟରେ ନେଦରଲାଣ୍ଡରେ ହୋଇଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଫାଇନାଲକୁ ଯାଇଥିଲା । ହେଲେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ଯୋଗୁ ର୍ୟାଙ୍କିରେ ଉନ୍ନତି ହୋଇଛି । ପୂର୍ବ ଭଳି ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ବଜାୟ ରଖିଛି ।