ଇଂଲଣ୍ଡ ବିପକ୍ଷ ଟି ଟ୍ବେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ସିରିଜର ନେତୃତ୍ବ ନେବେ ସୂର୍ଯ୍ୟ କୁମାର ଯାଦବ

ଇଂଲଣ୍ଡ ବିପକ୍ଷ ଟି ଟ୍ବେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଦଳକୁ ଫେରିଲେ ମହମ୍ମଦ ସାମି। ଇଂଲଣ୍ଡ ବିପକ୍ଷ ୫ଟିକିଆ ଟି ଟ୍ବେଣ୍ଟି ସିରିଜର ନେତୃତ୍ବ ନେବେ ସୂର୍ଯ୍ୟ କୁମାର ଯାଦବ। ଅକ୍ଷର ପଟେଲ ଉପ ଅଧିନାୟିକ ଭାବେ ଦାୟିତ୍ବ ତୁଲାଇବେ। ଯଶପ୍ରିତ ବୁମରାଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲଙ୍କୁ ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି ।

ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଆହତ ହୋଇଥିଲେ ଯଶପ୍ରିତ ବୁମରା। ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଶେଷ ମ୍ୟାଚର ଅନ୍ତିମ ଦିନରେ ବୋଲିଂ କରିପାରିନଥିଲେ। ଟିମରେ ଅନ୍ୟ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ। ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହେବ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ । ଏହା ପରେ ଦିନିକିଆ ଲଢେଇ ।