ଛଅ ଥର ବିଶ୍ୱ ଚମ୍ପିଆନ ହୋଇଥିବା ଭାରତୀୟ ବକ୍ସର ଏମ୍‌ ସି ମେରିକାମ୍‌ କହିଲେ, ଟୋକିଓ ହେବ ମୋର ଶେଷ ଅଲମ୍ପିକ

ନୂଆଦିଲ୍ଲୀ :  ଛଅ ଥର ବିଶ୍ୱ ଚମ୍ପିଆନ ହୋଇଥିବା ଭାରତୀୟ ବକ୍ସର ମେରିକାମ୍‌ ବୁଧବାର ତାଙ୍କର ଖେଲ ସମାପ୍ତି ବିଷୟରେ ଘୋଷଣା କରିଛନ୍ତି । ଟୋକିଓ ଅଲମ୍ପିକ ତାଙ୍କର ଶେଷ ଅଲମ୍ପିକ ହେବ ବୋଲ ସେ ଘୋଷଣା କରିଛନ୍ତି । ଅଲମ୍ପିକ ଚ୍ୟାନେଲ୍‌ ସହ ଏକ ସାକ୍ଷାତକାରରେ ସେ ଏପରି କହିଛନ୍ତି । ସେ କହିଛନ୍ତ ଯେ ସବୁ ଖେଳ ପାଇଁ ବୟସ ଏକ ବଡ଼ ଅନ୍ତରାୟ । ମୁଁ ଏବେ ୩୯ ବର୍ଷ ବୟସରେ ପାଦ ଦେବାକୁ ଯାଉଛି । ତେଣୁ ଏଠାରେ ମୁଁ ସ୍ପଷ୍ଟ କରିଦେବାକୁ ଯ ।ଉଛି ଯେ ୨୦୨୪ ପ୍ୟାରିସ୍‌ ଅଲ୍‌ମ୍ପିକ ରେ ମୁଁ ଭାଗ ନେବି ନାହିଁ ।

ସୁପରମ୍ୟାନ୍‌ ମେରିକାମ୍‌ଙ୍କୁ କାଂସ୍ୟ ପଦକ

୬ ଥର ବିଶ୍ୱ ଚମ୍ପିଆନ ହୋଇଥିବା ମେରିକାମ୍‌ ଏଥର ସେମିଫାଇନାଲ୍‌ରେ ହାରି କାଂସ୍ୟ ପଦକ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସ୍ପେନ୍‌ର କାଷ୍ଟେଲୋନ୍‌ରେ ଚାଲୁଥିବା ୩୫ ତମ ଅନ୍ତରାଷ୍ଟ୍ରୀୟ ବକ୍ସିଂ ରେ ସେ କାଂସ୍ୟ ପଦକ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅଲମ୍ପିକ୍‌ ପାଇଁ ମନୋନୀତ ହୋଇଥିବା ମେରିକାମ୍‌ କ୍ୱାଟର ଫାଇନାଲ୍‌ରେ ଇଟାଲିର ଜିୟୋର୍ଡାନ ସୋରେନ୍ତିନୋଙ୍କୁ ହରାଇ ସେମିଫାଇନାଲରେ ପହଞ୍ଚିଥିଲେ ।

ପ୍ରକାଶଯୋଗ୍ୟ ଯେ ମେରିକାମ୍‌ ୨୦୨୦ ରେ ଅଧିକାଂଶ ସମୟ ଘରେ ରହି ଅଭ୍ୟାସ କରୁଥିଲେ । ଗତ ମାସ ୧୫ ଦିନ ପାଇଁ ବେଙ୍ଗାଲୁର ଶିବିରରେ ରହି ଅଭ୍ୟାସ କରୁଥିଲେ । ସେ ଗତବର୍ଷ ଟୋକିଓ ଅଲ୍‌ମ୍ପିକ୍‌ରେ ଭାଗ ନେବା ପରେ ଏବେ ସ୍ପେନରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ରେ ପ୍ରଥମ ଥର ପାଇଁ କମ୍ପିଟେସନ୍‌ରେ ଭାଗ ନେଇଥିଲେ ।