ପରାଜୟ ନେଉଛି ପ୍ରଶଂସକଙ୍କ ପ୍ରାଣ, ବିଶ୍ବକପ୍ ଆଶା ମଉଳିବା ପରେ ଜୀବନ ହାରୁଛନ୍ତି ଲୋକ

ମଉଳି ଗଲା ବିଶ୍ବକପ୍ ଆଶା । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହେଲା ଟିମ୍ ଇଣ୍ଡିଆ । ବିରାଟ ବାହିନୀର ଏହି ପରାଜୟ ପରେ ସଦମାରେ ପୁରା ଦେଶ । ତେବେ ଭାରତର ଏହି ପରାଜୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ପ୍ରଶଂସକ । ଆଉ ମର୍ମାହତ ହୋଇ କେହି ବିଷ ପିଉଛି ତ ଆଉ କିଏ ହାର୍ଟ ଆଟାକାର ହାରିଛି ଜୀବନ ।

ଆଜି ସକାଳେ ଧର୍ମଗଡର ସିଙ୍ଗବାହାଡି ଗାଁର ସମ୍ବାରୁ ଭୋଇ ବିଷ ପିଇ ନିଜ ଜମିରେ ପଡିଥିଲେ । ପରିବାର ଲୋକେ ସମ୍ବାରୁଙ୍କୁ ପ୍ରଥମେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

ଏହା ସହ ପଢନ୍ତୁ ଯେଉଁ ବଲରେ ଆଉଟ୍ ହୋଇଥିଲେ ଧୋନୀ ତାହା ଥିଲା ନୋ ବଲ୍, ଅମ୍ପାୟାରଙ୍କ ନିଷ୍ପତ୍ତିରେ କ୍ଷୁବ୍ଧ ପ୍ରଶଂସକ

ସେହିପରି ବିହାରର ଅଶୋକ ପାସୱାନ୍ ଅଫିସରୁ ଫେରି ମ୍ୟାଚ୍ ଦେଖୁଥିଲେ । ଭାରତର ପରାଜୟ ପରେ ହଠାତ୍ ହାର୍ଟ ଆଟାକର ଶିକାର ହୋଇ ଟଳିପଡିଥିଲେ । ଏହା ପରେ ଘର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସା ସମୟରେ ତାଙ୍କୁ ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଧୋନୀଙ୍କୁ ରନ୍ ଆଉଟ୍ ହେବାର ଦେଖି କୋଲକାତାର ଶ୍ରୀକାନ୍ତଙ୍କୁ ଝଟକା ଲାଗିଥିଲା । ଧୋନୀ ଆଉଟ୍ ହେବା ପରେ ଖୁବ୍ ଜୋରରେ ଚିତ୍କାର କରିଥିଲେ ଶ୍ରୀକାନ୍ତ । ଏହା ତାଙ୍କ ଉପରେ ଏତେ ଗଭୀର ପ୍ରଭାବ ପକାଇଥିଲା ଯେ ଦୋକାନ ଭିତରେ ହିଁ ମୃତ୍ୟୁ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.