ଇଂଲଣ୍ଡକୁ ଠିକଣା ଜବାବ ଦେବାକୁ ପ୍ରସ୍ତୁତ ବିରାଟ ବାହିନୀ

ଟେଷ୍ଟ ସିରିଜରେ ଏଥର ଇଂଲଣ୍ଡକୁ ଠିକଣା ଜବାବ ଦେବ ଟିମ୍ ଇଣ୍ଡିଆ । ଗତ ଦୁଇଟି ଇଂଲଣ୍ଡ ଗସ୍ତରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଭାରତ । ତେବେ ଏଥର ଆଗ ଅପେକ୍ଷା ଭଲ ଭାବେ ଦଳ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଖେଳାଳି ଚେତେଶ୍ବର ପୂଜାରା । ୨୦୧୧ରେ ଇଂଲଣ୍ଡରେ ଭାରତ ୦-୪ରେ ଟେଷ୍ଟ ସିରିଜ୍ ହାରିଥିଲା । ପୁଣି ୨୦୧୪ରେ ପ୍ରଥମେ ଆଗୁଆ ରହିବା ପରେ ପରାସ୍ତ ହୋଇଥିଲା ୧-୩ରେ । ଏଥର କିନ୍ତୁ ପୂର୍ବ ସିରିଜ୍ଗୁଡ଼ିକ ତୁଳନାରେ ଭଲ ପ୍ରଦର୍ଶନ କରିବାକୁ ଆଶ ରଖିଛି ବିରାଟ କୋହଲିଙ୍କ ଦଳ । ପୂଜାରା କହିଛନ୍ତି ଗତ ଦୁଇ ବର୍ଷ ଭିତରେ ଭାରତୀୟ ଦଳ ଦେଶ ବାହାରେ ଅନେକ ସିରିଜ୍ ଖେଳିଛି । ବିଶେଷ କରି ଉପମହାଦେଶ ବାହାରେ ଖେଳିଛି ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଓ ସିରିଜ୍ ।

ତେଣୁ ବର୍ତ୍ତମାନର ଖେଳାଳିମାନେ ଇଂଲିଶ୍ ପରିବେଶରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ । ପୂଜାରା ନିଜେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳିଛନ୍ତି । ତେଣୁ ଏଠାକାର ପିଚ୍ ଓ ପରିବେଶ ସହ ଭଲ ଭାବେ ପରିଚିତ । ତେଣୁ ତାଙ୍କ ଭଲ ଅଭିଜ୍ଞତା ମିଳିଥିବାରୁ ସେ ନିଜ ଉପରେ ମଧ ଆସ୍ଥା ରଖିଛନ୍ତି । ତେବେ ଭାରତୀୟ ବାଟ୍ସମାନ୍ ବଡ଼ ଇନିଂସ ଖେଳିବାକୁ ଉଦ୍ଯମ କରିବା ଦରକାର ବୋଲି ପୂଜାରା କହିଛନ୍ତି । ସେହିପରି ଇଂଲଣ୍ଡରେ ଇଂଲଣ୍ଡ ଦଳକୁ ହରାଇବା ପାଇଁ ସ୍ବତନ୍ତ୍ର ରଣନୀତି ଦରକାର ।  ନିର୍ଦ୍ଦିଷ୍ଟ ଖେଳାଳି ନୁହେଁ ପୂରା ଦଳକୁ ଟାର୍ଗେଟ୍ କରିବା ଦରକାର ବୋଲି ପୂଜରା କହିଛନ୍ତି । ଟି-ଟ୍ବେଣ୍ଟିରେ ସିରିଜ୍ ଜିତିବା ପରେ ଦିନିକିଆ ଆନ୍ତର୍ଜାତିକରେ ମାତ୍ ଖାଇଛି ଭାରତୀୟ ଦଳ । ଏବେ ଫୋକସ୍ ଟେଷ୍ଟ ସିରିଜ୍ ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.