ବିବାଦ ମଧ୍ୟରେ ଦକ୍ଷିଣ ଆଫ୍ରିକା ପାଇଁ ଉଡ଼ାଣ ଭରିଲା ଟିମ୍ ଇଣ୍ଡିଆ, ପ୍ଲେନ୍ ଭିତରର ଫଟୋ ସେୟାର କଲା BCCI

ନୂଆ ମିଶନ ପାଇଁ ଉଡାଣ ଭରିଛି ଭାରତୀୟ କ୍ରିକେଟ ଟିମ୍। ଇଣ୍ଡିଆନ କ୍ରିକେଟ ଟିମ୍ ଗୁରୁବାର ଦିନ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି। ଏଠାରେ ଟିମ୍ ଇଣ୍ଡିଆ ପ୍ରଥମେ ୩ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପରେ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ ମ୍ୟାଚ୍ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜରେ ବିରାଟ କୋହଲି ହିଁ କ୍ୟାପଟେନ ଦାୟିତ୍ୱ ବହନ କରିବେ। କିନ୍ତୁ ୱାନଡେରେ ଅଧିନାୟକ ରହିବେ ରୋହିତ ଶର୍ମା।

ବହୁ ବାଦ ବିବାଦ ପରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ବେଳେ ବିମାନ ଭିତରୁ ଖେଳାଳିଙ୍କର କେତେକ ଫଟୋ ସାମ୍ନାକୁ ଆସିଛି। ଫଟୋରେ ସମସ୍ତ ଖେଳାଳି କୋଭିଡ ନିୟମ ପାଳନ କରି ମାସ୍କ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ଆଉ କିଛି ଖେଳାଳି ମସ୍ତି ମୁଡ଼ରେ ଥିବା ନଜର ଆସିଛି। ତେବେ ଏଥରକ ଟିମ୍ ଇଣ୍ଡିଆ ସାଉଥ ଆଫ୍ରିକାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ଟେଷ୍ଟ କ୍ରିକେଟ ଇତିହାସରେ କେବଳ ତିନିଟି ଟିମ୍ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ହିଁ ଦକ୍ଷିଣ ଆଫ୍ରିକାକୁ ନିଜ ଘରେ ହରାଇବାରେ ସକ୍ଷମ ହୋଇଛନ୍ତି। ଭାରତ ଦକ୍ଷିଣ ଆଫ୍ରିକାରେ ୨୦ ଟେଷ୍ଟ ଖେଳିଛି। ସେଥିମଧ୍ୟରୁ ମାତ୍ର ୩ ଟିରେ ହିଁ ଭାରତ ବିଜୟ ଲାଭ କରିବାରେ ସଫଳ ହୋଇଛି।

ପ୍ରକାଶ ଯେ କରୋନାର ତୃତୀୟ ଲହର ଯୋଗୁ ଭାରତୀୟ କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ ସେ ନେଇ ଦ୍ବନ୍ଦ୍ୱ ଉପୁଜିଥିଲା। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବନ୍ଦ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ଗସ୍ତ କରିଛି।

Leave A Reply

Your email address will not be published.