ଲୋକେଶ ରାହୁଲଙ୍କ ପରେ ନୂଆ ଇଂନିସ ଆରମ୍ଭ କଲେ ଅକ୍ଷର ପଟେଲ୍, ମେହାଙ୍କୁ କଲେ ଜୀବନସାଥୀ
କ୍ରିକେଟରେ ଏବି ବିବାହ ସିଜିନ୍ ଚାଲିଛି । ଲୋକେଶ ରାହୁଲଙ୍କ ପରେ ନୂଆ ଇଂନିସ ଆରମ୍ଭ କରିଛନ୍ତି ଅକ୍ଷର ପଟେଲ୍ । ବିହାହ ବନ୍ଧରେ ବାନ୍ଧି ହେଲେ ସ୍ପିନ ବୋଲର ଅକ୍ଷର ପଟେଲ୍ । ମେହା ପଟେଲଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ଗୁଜରାଟ ଭଦୋଦରାରେ ପାରମ୍ପରିକ ରୀତିନୀତିରେ ଧୁମ୍ଧାମ୍ରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ। ଅକ୍ଷର ପଟେଲ ଓ ମେହାଙ୍କ ମଧ୍ୟରେ ଗତବର୍ଷ ଜାନୁଆରୀରେ ନିର୍ବନ୍ଧ ଶେଷ ହୋଇଥିଲା।
MR. & MRs. Axar Patel.#AxarPatel #weddingnight pic.twitter.com/LxDYLd8fGd
— Meha Patel (@Meha_Patela) January 26, 2023
ନିର୍ବନ୍ଧ ଶେଷ ହେବା ପରେ ସୋସିଆଲ୍ ମିଡିଆରେ ଦୁଇ ଜଣଙ୍କ ଅନେକ ଫଟୋ ଦେଖିବାକୁ ମିଳିଥିଲା। ଉଭୟ ଉଭୟଙ୍କୁ ଦୀର୍ଘ ବର୍ଷ ଧରି ଡେଟ୍ କରୁଥିଲେ। ମେହା ପେଶାରେ ଜଣେ ଡାଏଟିସିଆନ୍। କ୍ରିକେଟର କେ.ଏଲ୍ ରାହୁଲଙ୍କ ପରେ ବାହା ହୋଇଛନ୍ତି ଅକ୍ଷର ପଟେଲ।