ମ୍ୟାଚ୍‌ ବେଳେ ଅଷ୍ଟ୍ରେଲିଆର ଯୁବତୀଙ୍କୁ ପ୍ରପୋଜ୍‌ କଲେ ଭାରତୀୟ ଫ୍ୟାନ୍‌, ମ୍ୟାକ୍ସୱେଲ୍‌ ବି ବଜାଇଲେ ତାଳି; ଦେଖନ୍ତୁ ଭିଡିଓ

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଓ୍ଵାନ୍‌ ଡେ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ସିଡ୍‌ନୀରେ ଖେଳାଯାଉଛି। ଏହି ମ୍ୟାଚ୍‌ ବେଳେ ଜଣେ ଭାରତୀୟ ଫ୍ୟାନ୍‌ ସମସ୍ତଙ୍କ ସାମ୍ନାରେ ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କୁ ପ୍ରପୋଜ୍‌ କରିଛନ୍ତି, ଯାହାକୁ ଦେଖି ସେଠାରେ ଉପସ୍ଥିତ ସବୁ ଲୋକ ତାଳି ବଜାଇଥିବା ଦେଖିବାକୁ ମିଳିଛି।

ଫ୍ୟାନ୍‌ ଜଣକ ପ୍ରଥମେ ଯୁବତୀଙ୍କୁ ପ୍ରପୋଜ୍‌ କରିଥିଲେ। ତା’ପରେ ଆଣ୍ଠେଇ ବସି ମୁଦି ଉପହାର ଦେଇଥିଲେ। ଏହା ପରେ ଉଭୟେ ପରସ୍ପରକୁ କୋଳେଇ ନେଇଥିଲେ। ଏହି ସିନ୍‌ ଦେଖି ପଡ଼ିଆରେ ଉପସ୍ଥିତ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ବି ତାଳି ବଜାଇଥିବା ଦେଖିବାକୁ ମିଳିଛି।

ଟ୍ଵିଟରରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ମଧ୍ୟ ମଜାଳିଆ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଟ୍ଵିଟ୍‌ କରି ଲେଖିଛନ୍ତି ‘ପ୍ରପୋଜ୍‌ କରିବାକୁ ଯୁବକ ଜଣକ କହିଥିବେ ଆଜିଠୁ ମୁଁ ଅଷ୍ଟ୍ରେଲିଆକୁ ସର୍ପୋଟ୍‌ କରିବି, ତୁମେ ମୋତେ ବିବାହ କରିବ? ଏହା ପରେ ଯୁବତୀ ହଁ କହିଥିବେ’।


ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ‘ଯାହା ହଉ ଅଷ୍ଟ୍ରେଲିଆ ଟୁର୍‌ରେ ଭାରତ କିଛି ତ ଜିତିଲା’।


ଏପରି ମଜାଳିଆ ଟ୍ଵିଟ୍‌ ଏବେ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.