କିସ୍‌ ପରିଦର୍ଶନ କଲେ ଭାରତୀୟ ହକି ଟିମ୍‌, କୋଚ୍‌ ଓ ସମସ୍ତ ଖେଳାଳି ବୁଲି ଦେଖିଲେ କିସ୍‌ କ୍ୟାମ୍ପସ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ପରିଦର୍ଶନ କରିଛନ୍ତି ଭାରତୀୟ ହକି ଟିମ୍‌। ଦଳର ମ୍ୟାନେଜର, କୋଚ୍‌ ଓ ସମସ୍ତ ଖେଳାଳି କିସ୍‌ କ୍ୟାମ୍ପସ ବୁଲି ଦେଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଧାବିକା ଦୂତି ଚାନ୍ଦ୍‌ ମଧ୍ୟ ସାମିଲ ହୋଇଥିଲେ। କ୍ୟାମ୍ପସରେ ଥିବା ସ୍ମାଟ୍‌ କ୍ଲାସ ରୁମ,ଟ୍ରାଇବାଲ ଚିଲ୍‌ଡ୍ରେନ ପାର୍କ, ବେକରି ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍‌ ଓ ସ୍ମାର୍ଟ କିଚେନ ଆଦି ବୁଲି ଦେଖିଛନ୍ତି । କ୍ୟାମ୍ପସ ବୁଲି ଦେଖିବା ପରେ କିସ୍‌ ଛାତ୍ର ଛାତ୍ରୀଙ୍କ ସହ ମିଶିଥିଲେ ସମସ୍ତେ। ଆଗକୁ ଥିବା ମ୍ୟାଚ୍‌ରେ ବିଜୟ ପାଇଁ ଭାରତୀୟ ହକି ଦଳର ଶୁଭମନାସି ଥିଲେ କିସ୍‌ ଛାତ୍ରଛାତ୍ରୀ। ଏହି ଅବସରରେ FIH PRO HOCKEY ଟ୍ରଫି ଉନ୍ମୋଚନ କରାଯାଇଛି ।

indian hockey team

ଏହି ଗସ୍ତ କାଯ୍ୟର୍କ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ କ୍ରୀଡା ବିଭାଗ ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାସ, କିସ୍‌ର ସିଇଓ ଡକ୍ଟର ପି.କେ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଖେଳାଳି ଓ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିବାସହ ଉତ୍ସାହିତ କରିଥିଲେ। କିସ୍‌ ପରିଦର୍ଶନ କରି ଭାରତୀୟ ହକି ଟିମ୍‌ ବେଶ ଖୁସି ଜାହିରି କରିଛନ୍ତି। କ୍ୟାପ୍‌ଟେନ୍‌ ମନ୍‌ପ୍ରିତ୍‌ ସିଂ କହିଛନ୍ତି, ଅଲମ୍ପିକ୍‌ ଯୋଗ୍ୟତା ପଯ୍ୟର୍ାୟ ମ୍ୟାଚ୍‌ ପୂର୍ବରୁ ଏହି କ୍ୟାମ୍ପସକୁ ଆସି ଯେଉଁ ସ୍ନେହ ଶ୍ରଦ୍ଧା ଓ ଉତ୍ସାହ ପାଇଥିଲୁ, ତାହା ମ୍ୟାଚ୍‌ ବିଜୟୀ କରିଥିଲା। ଏହି କ୍ୟାମ୍ପସକୁ ଆସିଲେ ମନରେ ଶାନ୍ତି ଆସେ। ମ୍ୟାଚ ଜିତିବା ପାଇଁ ପ୍ରେରଣା ଓ ଉତ୍ସାହ ମିଳେ ।

Leave A Reply

Your email address will not be published.