ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ହକିରେ ଭାରତୀୟ ଟିମ୍ ବ୍ରିଟେନକୁ ସୁଟଆଉଟରେ ୪-୨ରେ ହରାଇଛି । ଗ୍ରେଟ ବ୍ରିଟେନକୁ ହରାଇ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ହକି ଟିମ୍ । ଭାରତ ଦ୍ୱିତୟ ଥର ପାଇଁ ଅଲିମ୍ପିକ୍ସ ହକିରେ ସେମିଫାଇନାଲରେ ପ୍ରବେଶ କରିଛି । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ସେମିଫାଇନାଲରେ ପହଞ୍ଚିଥିଲା । ସେତେବେଳେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଏଥର ମଧ୍ୟ ଭାରତ ପଦକ ଜିତିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।
ଭାରତ – ଗ୍ରେଟ ବ୍ରିଟେନ ମଧ୍ୟରେ ଖେଳାଯାଇଥିବା କ୍ୱାଟରଫାଇନାଲ ମ୍ୟାଚରେ ଭାରତର ହରମନପ୍ରୀତ ସିଂ ପ୍ରଥମେ ଗୋଲ କରିଥିଲେ । ଫଳରେ ଭାରତ ୧-୦ ଗୋଲରେ ମ୍ୟାଚରେ ଆଗୁଆ ହୋଇଥିଲା । ମାତ୍ର ଇଂଲଣ୍ଡ ପକ୍ଷରୁ ଲି ମାର୍ଟନ ହାଫ ଟାଇମ ପୂର୍ବରୁ ଗୋଲ କରି ସ୍ଥିତିକୁ ବରାବର କରିଥିଲେ । ଯାହାଫଳରେ ଏହି ମ୍ୟାଚରେ ରୋମାଞ୍ଚ ବଢି ବଢି ଯାଇଥିଲା । କୋଲମ୍ବସସ୍ଥିତ ୟୱେସ-ଡୁ-ମାନୋଇର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା ।
ଆଜିର ମ୍ୟାଚ୍ ଆରମ୍ଭରୁ ଭାରତ ଓ ବ୍ରିଟେକ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଗ୍ରେଟ ବ୍ରିଟେନକୁ ଗୋଟିଏ ଓ ଭାରତକୁ ଲଗାତର ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ କେହି କାହାକୁ ଗୋଲ ଦେଇ ପାରି ନଥିଲେ ।
ଭାରତ ପେନଲ୍ଟିରେ ୪-୨ ଗୋଲରେ ଗ୍ରେଟ ବ୍ରିଟେନକୁ ମାତ ଦେଇ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି ।