ପ୍ୟାରିସ୍‍ ଅଲିମ୍ପିକ୍ସରେ ଚମକିଲା ଭାରତୀୟ ହକି ଟିମ୍

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ଚମକିଲା ଭାରତୀୟ ହକି ଟିମ୍ । ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ପୁଲ ‘ବି’ର ଏକ ମ୍ୟାଚ୍ ରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି ପୁରୁଷ ଟିମ୍ । ଭାରତ ପକ୍ଷରୁ ମନଦୀପ ସିଂ, ବିବେକ ସାଗର ପ୍ରସାଦ ଓ ଅଧିନାୟକ ହରମନପ୍ରୀତ ସିଂ ଗୋଲ ଦେଇଛନ୍ତି ।

ଚତୁର୍ଥ କ୍ବଟରରେ ଉଭୟ ଦଳ ୨-୨ ଗୋଲରେ ବରାବର ଥିଲେ । ଖେଳ ଶେଷ ହେବାର ଦୁଇ ମିନିଟ୍ ପୂର୍ବରୁ ଭାରତକୁ ପେନାଲ୍ ଟି କର୍ଣ୍ଣର ମିଳିଥିଲା। ଏହି ସଟ୍ ନେବା ବେଳେ ଏକ ଫାଉଲ୍ ହେବାରୁ ଭାରତକୁ ପେନାଲ୍ ଟି ଷ୍ଟ୍ରୋକ୍ ରୂପରେ ସୁବର୍ଣ୍ଣ ସୁଯୋଗ ମିଳିଥିଲା ।

ଅଧିନାୟକ ହର୍ମନପ୍ରୀତ୍ ସିଂହ ଏହାକୁ ହାତଛଡ଼ା ନକରି ଭାରତକୁ ପ୍ରଥମ ମ୍ୟାଚ୍ ରେ ବିଜୟୀ କରାଇଥିଲେ। ଜୁଲାଇ ୨୯ରେ ଆର୍ଜେଣ୍ଟିନାକୁ ଭେଟିବ ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ କାଂସ୍ୟ ଜିତିଥିଲା ।