ଏସିଆନ ଚାମ୍ପିଅନ୍ସ ଟ୍ରଫି : ସାଉଥ କୋରିଆକୁ ୪-୧ ହରାଇ ଜିତିଲା ଭାରତ, ଫାଇନାଲରେ ଚୀନ ସହିତ ହେବ ଟକ୍କର

ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ର ସେମିଫାଇନାଲ ଜିତିଛି ଭାରତୀୟ ହକି ଟିମ୍‌ । ସାଉଥ କୋରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସାଉଥ କୋରିଆକୁ ୪-୧ରେ ହରାଇଛି ଭାରତ । ଏବେ ଭାରତ ଫାଇନାଲରେ ଚୀନକୁ ସାମ୍ନା କରିବ । ସେପଟେ ଚୀନ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ବି ଗୋଟିଏ ମ୍ୟାଚ୍‌ ହାରିନାହିଁ ।

ଭାରତୀୟ ଟିମ୍‌ର ଖେଳାଳି ପ୍ରଥମ କ୍ୱାର୍ଟରରେ ଆକ୍ରାତ୍ମକ ଖେଳ ଖେଳି ଗୋଲ୍‌ କରିଛି । ପ୍ରଥମ କ୍ୱାର୍ଟରରେ ଉତ୍ତମ ସିଂ ଗୋଲ୍‌ କରିଥିଲେ । ସେ ଗୋଲ୍‌ କରି ଭାରତକୁ ୧-୦ରେ ଆଗୁଆ ରହିଥିଲେ ।

ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚୀନକୁ ୩-୦, ଜାପାନକୁ ୫-୦, ମାଲେସିଆକୁ ୮-୧ ଏବଂ ଦକ୍ଷିଣ କୋରିଆକୁ ୩-୧, ପାକିସ୍ତାନକୁ ୨-୧ରେ ଗୋଲରେ ପରାସ୍ତ କରି ସେମିରେ ଏଣ୍ଟ୍ରି ମାରିଛି । ୬ଟି ଦଳକୁ ନେଇ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ଆସନ୍ତା ୧୬ ରେ ଓ ଫାଇନାଲ ୧୭ ତାରିଖରେ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like