ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨, ଜୁଡୋରେ ଭାରତର ସୁଶିଲା ଦେବୀଙ୍କୁ ମିଳିଲା ରୌପ୍ୟ

ଜୁଡୋରେ ୪୮ କେଜି ବର୍ଗରେ ଭାରତର ସୁଶିଲା ଦେବୀ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳାଙ୍କ ୪୮ କେଜି ବର୍ଗ ଫାଇନାଲରେ ଦ.ଅଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କ ଠାରୁ ହାରି ଯାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିବାର ସୁଯୋଗ ହରାଇଛନ୍ତି ଏବଂ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟପଟେ ଭାରତର ବିଜୟ କୁମାର କାଂସ୍ୟ ପଦକ ଜିତିଛନ୍ତି । ଖେଳାଳି ଦୁହେଁ ୪ ମିନିଟ୍‌ ୨୫ ସେକେଣ୍ଡ ପର୍ଯ୍ୟନ୍ତ ଖେଳିଥିଲେ। ମୁକାବିଲାରେ ଦୁଇ ଖେଳାଳିଙ୍କୁ ପେନାଲିଟ୍‌ ଭାବେ ୨-୨ ଅଙ୍କ ମିଳିଥିଲା। ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ସୁଶିଲା ଦେବୀ ସେମିଫାଇନାଲରେ ପ୍ରିସିଲ୍ଲା ମୋରନ୍ଦାଙ୍କୁ ହରାଇଥିଲେ। ଏହାପୂର୍ବରୁ କ୍ୱାର୍ଟରଫାଇନାଲରେ ମାଲଓ୍ଵିର ହ୍ୟାରିୟଟ୍‌ ବୋନଫେସକୁ ହରାଇଥିଲେ। ୨୭ ବର୍ଷୀୟ ଜୁଡୋ ଖେଳାଳି ସୁଶିଲା ଏହାପୂର୍ବରୁ ରାଜ୍ୟଗୋଷ୍ଠୀ ଖେଳରେ ପଦକ ଜିତିସାରିଛନ୍ତି।


ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଜୁଡୋରେ ଭାରତକୁ ଦୁଇଟି ପଦକ ମିଳିଛି । ସ୍ୱର୍ଣ୍ଣ ପାଇ ଦାବିଦାର ଥିବା ସୁଶିଲା ଦେବୀ ଫାଇନାଲ ମୁକାବିଲାରେ ହାରି ରୌପ୍ୟ ପଦକ ଜିତିଛନ୍ତି । ସେହିପରି ବିଜୟ କୁମାର ନିଜ ନାଁରେ କାଂସ୍ୟ ପଦକ କରିଛନ୍ତି । ବିଜୟ ୬୦ କେଜି ବର୍ଗରେ ବ୍ରୋଞ୍ଜ ଜିତିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ବର୍ତ୍ତମାନ ସୁଦ୍ଧା ୯ଟି ପଦକ ଜିତିସାରିଛନ୍ତି । ଲନ ବଲରେ ମଧ୍ୟ ଭାରତ ଏକ ପଦକ ପକ୍କା କରିସାରିଛି । ଭାରତୀୟ ଲନ ଟିମ ଫାଇନାଲରେ ପହଞ୍ଚି ପଦକ ପକ୍କା କରିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.