ବାର୍ବାଡୋସରୁ ଫେରିବା ପାଇଁ ମିଡିଆ କର୍ମୀଙ୍କୁ ଅଫର ଦେଲା ବିସିସିଆଇ, ଚାର୍ଟର ବିମାନରେ ଟିମ୍‌ ସହିତ ଫେରିବେ

ଆଇସିସି ଟି୨୦ ବିଶ୍ୱକପ ୨୦୨୪ ବିଶ୍ୱବିଜେତା ଭାରତୀୟ ଟିମ୍‌ ଟ୍ରଫି ନେଇ କେବେ ଭାରତ ଫେରିବ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ବାର୍ବାଡୋସରେ ଘୂର୍ଣ୍ଣିଝଡ ଯୋଗୁଁ ଭାରତୀୟ ଟିମ୍‌ ଫସିଛି । ଶନିବାର ସାଉଥ ଆଫ୍ରିକାକୁ ହରାଇ ଭାରତ ଟି୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଘୂର୍ଣ୍ଣିଝଡ ଯୋଗୁଁ ହାଇଆଲର୍ଟ ଜାରି ହୋଇ ଏୟାରପୋର୍ଟ ବନ୍ଦ କରିଦିଆଯାଇଛି । ଏଥିପାଇଁ ଟିମ୍‌ ହୋଟେଲରେ ରହିଛି ।

ତେବେ ଏୟାରପୋର୍ଟ ଘୂର୍ଣ୍ଣିଝଡ ପରେ ବିମାନବନ୍ଦର ସବୁ ଖୋଲିଛି । ଭାରତୀୟ ଟିମ ସ୍ୱଦେଶ ଫେରିବ ବୋଲି ବିସିସିଆଇ ସଚିବ ଚାର୍ଟର ବିମାନର ବ୍ୟବସ୍ଥା କରିଛନ୍ତି । ଆଉ ଖେଳାଳି, ପରିବାର ଏବଂ ସପୋର୍ଟ ଷ୍ଟାଫ ସହିତ ଭାରତୀୟ ମିଡିଆ କର୍ମୀଙ୍କୁ ମଧ୍ୟ ସାଥିରେ ଆସିବା ପାଇଁ ଅଫର ଦେଇଛି ବିସିସିଆଇ ।

ଭାରତ ଆଇସିସି ଟି୨୦ ବିଶ୍ୱକପ ଚାମ୍ପିଅନ ହେବା ପରେ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଭାରତୀୟ ଟିମ ଟ୍ରଫି ସହିତ ଭାରତ ଫେରୁଛି । ବିସିସିଆଇ ବାର୍ବାଡୋସରେ ଖରାପ ପାଣିପାଗ ଯୋଗୁଁ ଫସିଥିବା ଟିମ୍‌କୁ ଭାରତ ଆଣିବା ପାଇଁ ଚାର୍ଟର ବିମାନ ବ୍ୟବସ୍ଥା କରିଛି । ଆଜି ହିଁ ଭାରତୀୟ ଟିମ୍‌ ସେଠାରୁ ଉଡାଣ ଭରିବ ।

ଭାରତ ତରଫରୁ ଆଇସିସି ଟି୨୦ ବିଶ୍ୱକପ କଭର କରିବାକୁ ଯାଇଥିବା ମିଡିଆ କର୍ମୀ ମଧ୍ୟ ବାର୍ବାଡୋସରେ ଫସିଛନ୍ତି । ବିସିସିଆଇ ସଚିବ ଜୟ ଶାହା ପରିସ୍ଥିତି ଦେଖି କହିଛନ୍ତି, ଭାରତୀୟ ଟିମ ସହିତ ସମସ୍ତ ମିଡିଆ କର୍ମୀଙ୍କୁ ସୁରକ୍ଷିତ ଭାରତ ଫେରାଇବା ତାଙ୍କ ଦାୟିତ୍ୱ । ଟିମ୍‌ ସହିତ ଭାରତୀୟ ମିଡିଆ କର୍ମୀଙ୍କୁ ଚାର୍ଟର ବିମାନରେ ଆଣିବା ପାଇଁ ସେମାନଙ୍କୁ ଅଫର ଦିଆଯାଇଛି । ବିସିସିଆଇର ଏଭଳି ପଦକ୍ଷେପକୁସମସ୍ତେ ପ୍ରଶଂସା କରିଛନ୍ତି ।

ଟିମ୍‌ ଗୁରୁବାର ଦିନ ଭାରତ ପହଞ୍ଚିବା ପରେ ନୂଆଦିଲ୍ଲୀରେ ପହଞ୍ଚିବ । ନୂଆଦିଲ୍ଲୀରେ ଟିମ୍‌ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବିଶ୍ୱ ଚାମ୍ପିଅନ ଟିମ ସହିତ ସାକ୍ଷାତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.