ଅଲିମ୍ପିକ ହକି ଟେଷ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ ପୁରୁଷ ଓ ମହିଳା ଦଳ

ଟୋକିଓ : ଜାପାନର ଟେକିଓ ଠାରେ ଅନୁଷ୍ଠିତ ଅଲିମ୍ପିକ ହକି ଟେଷ୍ଟର ଫାଇନାଲ୍‌ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚାମ୍ପିଅନ୍‌ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୁରୁଷ ବିଭାଗ ଫାଇନାଲ୍‌ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୫-୦ ଗୋଲ୍‌ରେ ହରାଇଛି । ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଠାରୁ ଭାରତୀୟ ଦଳ ୨-୧ ଗୋଲ୍‌ରେ ହାରିଥିଲା । ଆଉ ଫାଇନାଲ୍‌ରେ ତାର ପ୍ରତିଶୋଧ ନେଲା । ଭାରତୀୟ ଖେଳାଳି ପୂରା ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖି ଗୋଟିଏ ପରେ ଗୋଟିଏ ଗୋଲ୍‌ ଦେଇ ଚାଲିଥିଲେ । ଅଧିନାୟକ ହରମନପ୍ରୀତ ସିଂହ, ସମରେଶ ସିଂହ, ନୀଳକାନ୍ତ ଶର୍ମା, ଗୁରସାହିବଜିତ ସିଂହ ଏବଂ ମନଦୀପ ସିଂହ ଗୋଲ୍‌ଗୁଡ଼ିକ ସ୍କୋର କରିଥିଲେ ।
ସେହିପରି ମହିଳା ଦଳ ମଧ୍ୟ ଚମତ୍କାର ଖେଳ ଦେଖାଇ ଫାଇନାଲ୍‌ରେ ଆୟୋଜକ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.