ଲଣ୍ଡନରେ ପହଞ୍ଚିଲା ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଥିବା ଟିମ୍‌ ଇଣ୍ଡିଆ, ଅଭ୍ୟାସ ଆରମ୍ଭ କଲା

ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଗୁରୁବାର ଦିନ ଭାରତୀୟ ଟିମ୍‌ ଖେଳାଳି ଇଂଲଣ୍ଡରେ ପହଞ୍ଚିବା ପରେ ଆଜି ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି। ଇଂଲଣ୍ଡରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ପରେ ଟିମ୍‌ ଇଣ୍ଡିଆ ଲିମିଟେଡ୍‌ ଓଭରର୍ସ କ୍ରିକେଟ ଖେଳିବେ।

ଭାରତୀୟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଟୁର ପାଇଁ ଗୁରୁବାର ଦିନ ପହଞ୍ଚିଯାଇଛନ୍ତି। ଟିମ୍‌ ଇଣ୍ଡିଆ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି ଟିମ୍‌ ଇଣ୍ଡିଆ। ଗତବର୍ଷ ୫ଟି ଟେଷ୍ଟ ମ୍ୟାଚ ସିରିଜିରେ ଶେଷ ମ୍ୟାଚକୁ କରୋନା ଭାଇରସ କେସ୍‌ ପାଇଁ ରଦ୍ଦ କରିଦିଆଯାଇଥିଲା। ଏବେ ଏହି ମ୍ୟାଚକୁ ଖେଳାଯିବ।

କୋହଲି ମ୍ୟାଚ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ ରହିଛନ୍ତି। ସୂଚନା ମୁତାବକ, ଭାରତର ପୂର୍ବ ଅଧିନାୟକ କୁ ଆପ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଅନ୍ୟ ଖେଳାଳିଙ୍କ ସହିତ ମଇଦାନରେ ଅଭ୍ୟାସ କରୁଥିବା ନଜର ଆସିଛନ୍ତି।

ଏହା ମଧ୍ୟରେ ବିସିସିଆଇ ଏକ ଟ୍ଵିଟ୍‌ କରି ଫଟୋ ସେୟାର କରିଛି। ଯେଉଁଥିରେ ‘ଲଣ୍ଡନରେ ଟିମ୍‌ ଇଣ୍ଡିଆ ପ୍ରାକ୍ଟିସ ସେସନ ’ ବୋଲି ଲେଖିଛି।

୨୦୨୧ରେ ଖେଳାଯାଇଥିବା ୫ଟି ଟେଷ୍ଟ ମ୍ୟାଚ ସିରିଜିର ଶେଷ ମ୍ୟାଚ୍‌ ଭାବେ ଏହାକୁ ଗଣାଯିବ। ଯେଉଁଥିରେ ଇଂଲଣ୍ଡ ୨-୧ରେ ଆଗୁଆ ଥିଲା। ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ପାଇଁ ମଧ୍ୟ ଯାତ୍ରା କରିଛନ୍ତି। ଆସନ୍ତକାଲି ରୋହିତ ପ୍ରାକ୍ଟିସ ସେସନରେ ଭାଗ ନେବେ। ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଥିବା ଟିମ୍‌ ଇଣ୍ଡିଆ ୨୪ ଜୁନରୁ ୨୭ ଜୁନ ପର୍ଯ୍ୟନ୍ତ ଲିସେଷ୍ଟରଶାୟର ବିପକ୍ଷରେ ୪ ଦିନିଆ ଅଭ୍ୟାସ ମ୍ୟାଚ ଖେଳିବ।