ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦ୍‌ଯାପିତ, ଭାରତ ହାତେଇଲା ୨୨ ସ୍ୱର୍ଣ୍ଣ ଓ ୧୬ଟି ରୌପ୍ୟ

ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦ୍‌ଯାପିତ ହୋଇଯାଇଛି। ଭାରତ ଚଳିତ ବର୍ଷ ମୋଟ ୬୧ଟି ମେଡାଲ ଜିତିଛି । ଏହା ମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୨୩ଟି ବ୍ରୋଞ୍ଜ ଜିତିଛି ଭାରତ। ମେଡାଲ ତାଲିକାରେ ଭାରତ ୪ ନଂ ସ୍ଥାନରେ ରହିଛି। କୁସ୍ତିରେ ସର୍ବାଧିକ ୧୨ଟି ମେଡାଲ ଜିତିଥିବା ବେଳେ ସେଥିରେ ୬ଟି ସ୍ୱର୍ଣ୍ଣ ରହିଛି । ସେହପରି ଗୋଟିଏ ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଜ ସେଥିରେ ସାମିଲ ରହିଛି । ଏହାପରେ ୱେଟଲିଫ୍ଟିଂରେ ଭାରତୀୟ ଦଳ ୧୦ଟି ମେଡାଲ ହାସଲ କରିଛି।

ଚଳିତ ଥର ଭାରତ ଅଦ୍ଭୂତପୂର୍ବ ପ୍ରଦର୍ଶନ କରି ପଦକ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଶେଷ ଦିନରେ ଭାରତ ୪ଟି ସ୍ୱର୍ଣ୍ଣ ସହ ମୋଟ ୬ଟି ମେଡାଲ ହାସଲ କରିଥିଲା । ଏହି ଚାରଟି ସ୍ୱର୍ଣ୍ଣ ମଧ୍ୟରୁ ୩ଟି ବ୍ୟାଡମିଣ୍ଟରୁ ଜିତିଥିଲା ।

ମୀରାବାଇ ଚାନୁ- ସ୍ୱର୍ଣ୍ଣ: ୱେଟଲିଫ୍ଟିଂ ୪୯ କେଜି

ଜେରେମୀ ଲାଲରିନୁଙ୍ଗା-ସ୍ୱର୍ଣ୍ଣ: ୱେଟଲିଫ୍ଟି ୬୭ କେଜି

ଅଚିନ୍ତା ଶେଉଲି- ସ୍ୱର୍ଣ୍ଣ: ୱେଟଲିଫ୍ଟି ୭୩ କେଜି

ଲନ୍ ବଲ୍ସ ମହିଳା- ସ୍ୱର୍ଣ୍ଣ

ଟେବୁଲ ଟେନିସ ପୁରୁଷ- ସ୍ୱର୍ଣ୍ଣ

ପାରା ପାୱାରଲିଫ୍ଟିଂ ସୁଧୀର- ସ୍ୱର୍ଣ୍ଣ

ବଜରଙ୍ଗ ପୁନିଆ- ସ୍ୱର୍ଣ୍ଣ: କୁସ୍ତି ୬୫ କେଜି

ସାକ୍ଷୀ ମଲିକ- ସ୍ୱର୍ଣ୍ଣ: କୁସ୍ତି ୬୨ କେଜି

ଦୀପକ ପୁନିଆ- ସ୍ୱର୍ଣ୍ଣ: କୁସ୍ତି ୮୬ କେଜି

ରବି କୁମାର ଦହିଆ ସ୍ୱର୍ଣ୍ଣ: କୁସ୍ତି ୫୭ କେଜି

ବିନେଶ ଫୋଗଟ- ସ୍ୱର୍ଣ୍ଣ: ୫୩ କେଜି

ନବୀନ କୁମାର- ସ୍ୱର୍ଣ୍ଣ: କୁସ୍ତି ୭୪ କେଜି

ଭାବିନା ପଟେଲ- ସ୍ୱର୍ଣ୍ଣ: ପାରା ଟେବୁଲ ଟେନିସ

ନୀତୁ ଘନ୍‌ଘସ- ସ୍ୱର୍ଣ୍ଣ: ବକ୍ସିଂ

ଅମିତ ପଙ୍ଘଲ- ସ୍ୱର୍ଣ୍ଣ: ବକ୍ସିଂ

ଏଲ୍ଡହାସ ପଲ- ସ୍ୱର୍ଣ୍ଣ: ତ୍ରିପଲ ଜମ୍ପ

ନିକହତ ଜରିନ- ସ୍ୱର୍ଣ୍ଣ: ବକ୍ସିଂ

ଅଚନ୍ତ ଓ ଶ୍ରୀଜା ଅକୁଲା- ସ୍ୱର୍ଣ୍ଣ: ଟେବୁଲ ଟେନିସ

ପିଭି ସିନ୍ଧୁ- ସ୍ୱର୍ଣ୍ଣ: ବ୍ୟାଡମିଣ୍ଟନ

ଲକ୍ଷ୍ୟ ସେନ- ସ୍ୱର୍ଣ୍ଣ-:ବ୍ୟାଡମିଣ୍ଟନ

ସାତ୍ୱିକ ଓ ଚିରାଗ- ସ୍ୱର୍ଣ୍ଣ: ବ୍ୟାଡମିଣ୍ଟନ

ଅଚନ୍ତ ଶରତ କମଲ- ସ୍ୱର୍ଣ୍ଣ: ଟେବୁଲ ଟେନିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.