ଡିସେମ୍ବର ୧୬ରେ ଆଇପିଏଲ୍‌ ୨୦୨୩ ପାଇଁ ହେବ ନିଲାମୀ ପ୍ରକ୍ରିୟା, ପୁଣି ପୁରୁଣା ଫର୍ମାଟରେ ଖେଳାଯିବ ମ୍ୟାଚ୍‌

ଆଇପିଏଲ୍‌ ୨୦୨୩ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିସିସିଆଇ। ଆଇପିଏଲ ପକ୍ଷରୁ ସମସ୍ତ ୧୦ଟି ଟିମ୍‌କୁ ମେସେଜ ପଠାସରିଛି। ଯେଉଁଥିରେ ୧୫ ନଭେମ୍ବର ଭିତରେ ରିଟେନ ଖେଳାଳିଙ୍କ ତାଲିକା ଦେବାକୁ ବିସିସିଆଇ କହିଛି। ରିଟେନ ଖେଳାଳିଙ୍କ ପାଇଁ ଅକ୍ସନ ୧୬ ଡିସେମ୍ବରରେ ବେଙ୍ଗାଲୁରୁ ଠାରେ ଆୟୋଜନ ହେବ। ତେବେ ଟି-୨୦ ବିଶ୍ୱକପ ସରିବା ପରେ କେଉଁ ଖେଳାଳି କେଉଁ ଟିମରେ ରହିବେ ତାହା ଜଣାପଡିବ।

ତିନି ବର୍ଷ ପରେ ଆଇପିଏଲ୍‌ ପୁଣି ପୁରୁଣା ଫର୍ମାଟ୍‌ରେ ଖେଳାଯିବ। ଆଇପିଏଲ ୨୦୨୩ ମାର୍ଚ୍ଚ ମାସର ଶେଷ ଆଡକୁ ଖେଳାଯାଇପାରେ। ଗତ ଥର ମେଗା ନିଲାମୀରେ ପୁରୁଣା ୮ଟି ଯାକ ଟିମ୍‌ ନିଜ ଟିମର ୪-୪ ଖେଳାଳିଙ୍କୁ ରିଟେନ କରିପାରିଥାନ୍ତି। କିନ୍ତୁ ଏଥର ଏମିତି କିଛି ରହିବ ନାହିଁ । ଟିମ୍‌ ନିଜର ବର୍ତ୍ତମାନ ସ୍କ୍ଵାର୍ଡର ସମସ୍ତ ଖେଳାଳିକୁ ରିଟେନ କରିପାରିବ। ସେଥିପାଇଁ ୧୫ ନଭେମ୍ବର ସୁଦ୍ଧା ସମସ୍ତ ଟିମ୍‌ ରିଟେନ ରଖିବାକୁ ଚାହୁଁଥିବା ଖେଳାଳିଙ୍କ ତାଲିକା ଆଇପିଏଲ କମିଟି ପାଖରେ ଦାଖଲ କରିବ। ତେବେ କେତେକ ଟିମ୍‌ କିଛି ଖେଳାଳିଙ୍କୁ ରିଲିଜ କରିବା ମୁଡରେ ରହିଛି। ତେବେ କିଏ ବାହାରୁଛି ଆଉ କିଏ ରହୁଛି, ତାହା ଦେଖିବାକୁ ରହିଲା।

୧୬ ଡିସେମ୍ବରରେ ବେଙ୍ଗାଲୁରୁରେ ହେବାକୁ ଥିବା ନିଲାମୀରେ ସମସ୍ତ ୧୦ଟି ଟିମ୍‌ ଦ୍ୱାରା ରିଲିଜ ହୋଇଥିବା ଖେଳାଳିଙ୍କ ବ୍ୟତୀତ ନିଲାମୀରେ ରୁଚି ରଖୁଥିବା ଖେଳାଳିଙ୍କ ଉପରେ ମଧ୍ୟ ନିଲାମ ଡକାଯିବ। ଗତବର୍ଷ ମେଗା ନିଲାମୀରେ ପ୍ରତ୍ୟେକ ଦଳ ପର୍ସରେ ୯୦ କୋଟି ଟଙ୍କା ରହିଥିବା ବେଳେ ଆସନ୍ତାବର୍ଷକୁ ଏହା ବୃଦ୍ଧି ପାଇ ୯୫ କୋଟି ଟଙ୍କାରେ ପହଞ୍ଚିଛି ।

୨୦୧୯ ପରେ କରୋନା ପାଇଁ ଆଇପିଏଲର ଦୁଇଟି ସିଜିନ ଭାରତ ବାହାରେ ଖେଳାଯାଇଥିଲା। ୨୦୨୧ରେ ପୁଣି ଥରେ ଆଇପିଏଲ୍‌ ଆରମ୍ଭ ହୋଇଥିଲେ ମଧ୍ୟ, କରୋନା ସଂକ୍ରମଣ ପାଇଁ ଖେଳକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା। ପରେ ୨୦୨୨ରେ ସବୁ ମ୍ୟାଚ୍‌ ଭାରତରେ ଆୟୋଜନ କରାଯାଇଥିଲା। କିନ୍ତୁ ଏହା ମାତ୍ର ୩ଟି ସହରରେ ଖେଳାଯାଇଥିଲା।

ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି। ଏଥର ଟୁର୍ଣ୍ଣାମେଣ୍ଟରେ ଅନେକ କିଛି ପରିବର୍ତ୍ତନ ହୋଇଥିବାର ନଜର ଆସିବ। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC ) କରୋନା ସମ୍ବନ୍ଧୀୟ ପ୍ରସଙ୍ଗରେ ସବୁଠାରୁ ବଡ଼ ପରିବର୍ତ୍ତନ କରିଛି। ବିଶ୍ୱକପ୍‌ରେ କରୋନା ସଂକ୍ରମିତ ଖେଳାଳିଙ୍କୁ ମଧ୍ୟ ଖେଳିବାକୁ ଅନୁମତି ମିଳିବ। ଚଳିତ ସପ୍ତାହ ଆରମ୍ଭରେ ହିଁ ଅଷ୍ଟ୍ରେଲିଆ ସରକାର କରୋନା ସଂକ୍ରମିତ ଲୋକଙ୍କ ଆଇସୋଲେସନକୁ ବନ୍ଦ କରିଥିଲେ। ଏବେ ବିଶ୍ୱ କପ ଖେଳୁଥିବା ଖେଳାଳିଙ୍କ ପାଇଁ ଆଇସିସି ମଧ୍ୟ ଏମିତି କରିବାକୁ ନିଷ୍ପତ୍ତି ନେଇଛି।

Also Read : ‘ମୋତେ ନ ପଚାରି ମୋ ବାହାଘର କାହିଁକି ଠିକ୍‌ କଲ ବାପା’ ଶିଖରଙ୍କୁ ମୁହଁତୋଡ ଜବାବ ଦେଲେ ବାପା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.