ଖୁବଶୀଘ୍ର ସ୍ୱଦେଶ ଫେରିବ ଭାରତୀୟ ଟିମ୍‌, ସନ୍ଧ୍ୟା ୬ରେ ଉଡାଣ ଭରିପାରେ ଚାର୍ଟର ବିମାନ

ଭାରତ ଟି୨୦ ବିଶ୍ୱକପ ୨୦୨୪ ବିଜେତା ହେବା ପରେ ଏପର୍ଯ୍ୟନ୍ତ ସ୍ୱଦେଶ ଫେରିପାରିନାହାନ୍ତି । ବାରବାଡୋସରେ ଘୂର୍ଣ୍ଣିଝଡ ବେରିଲ ଆସିବା ଯୋଗୁଁ ଏୟାରପୋର୍ଟ ସବୁ ବନ୍ଦ କରିଦିଆଯାଇଥିଲା । ଯେଉଁଥି ପାଇଁ ଭାରତୀୟ ଟିମର ବିମାନ ରଦ୍ଦ ହୋଇଥିଲା । ତେବେ ଟିମ୍‌ ସ୍ୱଦେଶ ଫେରିବା ନେଇ ବିସିସିଆଇ ସଚିବ ଜୟ ଶାହ ଖେଳାଳିଙ୍କ ପାଇଁ ଚାର୍ଟର ବିମାନ ବ୍ୟବସ୍ଥା କରୁଛନ୍ତି । ଏହାରି ମଧ୍ୟରେ ଖବର ମିଳୁଛି କି, ବାରବାଡୋସ ଏୟାରପୋର୍ଟ ପରିଚାଳନ ଖୁବଶୀଘ୍ର ଆରମ୍ଭ ହେବ ।

ଖବର ମୁତାବକ, ବାରବାଡୋସ ଏୟାରପୋର୍ଟ ପରିଚାଳନା ଆଗାମୀ ୬ରୁ ୧୨ ଘଣ୍ଟା ଭିତରେ ହୋଇପାରେ । ଘୂର୍ଣ୍ଣିଝଡ ଯୋଗୁଁ ଏହାକୁ ବନ୍ଦ କରିଦିଆଯାଇଥିଲା । ଘୂର୍ଣ୍ଣିଝଡ ଯୋଗୁଁ ଖେଳାଳିଙ୍କ ସହିତ ପରିବାର ଲୋକ ଏବଂ ସପୋର୍ଟ ଷ୍ଟାଫ ସବୁ ଫସିଛନ୍ତି । ହୋଟେଲରେ ଏମାନେ ରହିଛନ୍ତି । ତେବେ ଆଜି ସନ୍ଧ୍ୟା ୬ଟାରେ ଭାରତୀୟ ଟିମ୍‌ ଉଡାଣ ଭରିପାରେ ।

ଟିମ୍‌ ଚାର୍ଟର ପ୍ଲେ ଜରିଆରେ ସିଧାସଳଖ ଦିଲ୍ଲୀରେ ପହଞ୍ଚିପାରେ ବୋଲି ସୂଚନା ମିଳିଛି । ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଟିମ୍‌ ଭାରତରେ ପହଞ୍ଚିପାରେ । ତେବେ ଟିମ ସହିତ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ବାରବାଡୋସରେ ଫସିଛନ୍ତି । ଟିମ୍‌କୁ ସ୍ୱଦେଶ ଫେରାଇବାର ଦାୟିତ୍ୱ ସେ ନିଜେ ନେଇଛନ୍ତି । ତେଣୁ ଟିମ ପାଇଁ ଚାର୍ଟର ବିମାନ ବ୍ୟବସ୍ଥା କରାଯାଉଛି ବୋଲି ଖବର ମିଳିଛି । ଚାର୍ଟର ବିମାନ ଜରିଆରେ ଟିମ୍‌ ସିଧାସଳଖ ଭାରତରେ ପହଞ୍ଚିବ ।

ସୂଚନାଯୋଗ୍ୟ, ବାରବାଡୋସରେ ଟି୨୦ ବିଶ୍ୱକପ ଫାଇନାଲ ଖେଳାଯାଇଥିବା ବେଳେ ଖରାପ ପାଣିପାଗ ଯୋଗୁଁ ଭାରତୀୟ ଟିମ୍‌ ଫସିଛି । ହୋଟେଲରେ ୭୦ରୁ ଅଧିକ ସଦସ୍ୟ ଫସିଛନ୍ତି । ଘୂର୍ଣ୍ଣିଝଡ ଯୋଗୁଁ ବିମାନ ଉଡାଣ ଭରିପାରୁନାହିଁ । ତେଣୁ ହୋଟେଲରେ ଫସିଛନ୍ତି ଭାରତୀୟ ଟିମ୍‌ ଖେଳାଳି ଏବଂ ସପୋର୍ଟ ଷ୍ଟାଫ । ବାରବଡୋସରେ ଘୂର୍ଣ୍ଣିଝଡ ହେଉଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି । ଏଥିପାଇଁ ସବୁ ଏୟାରପୋର୍ଟ ବନ୍ଦ କରାଯାଇଛି । ସମସ୍ତ ଉଡାଣ ରଦ୍ଦ ହୋଇଛି । ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଝଡ ତୋଫାନ ଯୋଗୁଁ କଫ୍ୟୁ ଭଳି ମାହୋଲ ରହିଛି ।