ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍‌ ଘୋଷଣା କଲା ଇଣ୍ଡିଆ, ଆଇପିଏଲରେ କମାଲ୍‌ କରିଥିବା ଖେଳାଳିଙ୍କୁ ମିଳିଲା ସ୍ଥାନ

ଟି-୨୦ ବିଶ୍ୱକପ୍‌ର ଠିକ୍‌ ପରେ ନ୍ୟୁଜିଲାଣ୍ଡ ବିରୋଧରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ୧୭ ନଭେମ୍ୱରରେ ହେବାକୁ ଥିବା ଏହି ସିରିଜରେ ରୋହିତ ଶର୍ମା ଭାରତୀୟ ଟିମ୍‌ର ଅଧିନାୟକତ୍ୱ କରିବେ । ବିରାଟ କୋହଲିଙ୍କର ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ରୋହିତ ହିଁ ଟି-୨୦ ଟିମ୍‌ର ଦାୟିତ୍ୱ ସମ୍ଭାଳିବେ ।

କେବଳ ବିରାଟ ନୁହନ୍ତି, ତାଙ୍କ ସହିତ ଅନ୍ୟ ୩ ଖେଳାଳିଙ୍କୁ ମଧ୍ୟ ଆରାମ ମିଳିଛି। ଟି-୨୦ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ମଧ୍ୟ ଚୟନ ହୋଇନି। ଆଇପିଏଲରେ କମାଲ୍‌ କରିଥିବା କିଛି ଖେଳାଳିଙ୍କୁ ଏହି ସିରିଜରେ ସ୍ଥାନ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଅନେକ ଯୁବ ଚେହେରାଙ୍କୁ ସୁଯୋଗ ମିଳିଛି। ଏମାନଙ୍କ ମଧ୍ୟରେ ଭେଙ୍କଟେଶ ଆୟର, ଆବେଶ ଖାନ୍‌, ହର୍ଷଲ ପଟେଲ, ଋତୁରାଜ ଗାଏକ୍ୱାର୍ଡ ଖେଳାଳିଙ୍କ ନାମ ସାମିଲ ରହିଛି। ଆହତ ହେବା ପରେ ମଧ୍ୟ ଶ୍ରେୟ ଆୟର ଫେରୁଛନ୍ତି। ଏହାଛଡା ଟି-୨୦ ବିଶ୍ୱକପରେ ବିରାଟ କୋହଲି, ଜସପ୍ରୀତ ବୁମରାହ, ରବିନ୍ଦ୍ର ଜାଡେଜାଙ୍କୁ ବାଦ୍‌ ଦିଆଯାଇଛି।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା( ଅଧିନାୟକ) , କେଏଲ୍‌ ରାହୁଲ (ଉପ ଅଧିନାୟକ) , ଋତୁରାଜ ଗାଏକ୍ୱାର୍ଡ, ଶ୍ରେୟସ ଆୟର , ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ , ଇଶାନ କିଶନ, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ , ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ , ଆବେଶ ଖାନ୍, ଭୁବନେଶ୍ୱର କୁମାର, ଦୀପକ ଚାହର, ହର୍ଷଲ ପଟେଲ, ମୋହମ୍ମଦ ସିରାଜ ।

ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌ କାର୍ଯ୍ୟସୂଚୀ:

୧୭ ନଭେମ୍ବର(ଜୟପୁର)

୧୯ ନଭେମ୍ବର(ରାଞ୍ଚି)

୨୧ ନଭେମ୍ବର(କୋଲକତା)

୨୫-୨୯ ନଭେମ୍ବର(କାନପୁର): ପ୍ରଥମ ଟେଷ୍ଟ

୩-୭ ଡିସେମ୍ବର(ମୁମ୍ବାଇ): ଦ୍ୱିତୀୟ ଟେଷ୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.