ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଫଟୋଶୁଟ୍‌, ପରସ୍ପର ସହିତ ମସ୍ତି କଲେ ଖେଳାଳି : ଦେଖନ୍ତୁ ଭିଡିଓ

ଆଇସିସି ଟି-୨୦ ବିଶ୍ୱକପରେ ୨୨ ଅକ୍ଟୋବରରୁ ସୁପର-୧୨ ମୁକାବିଲା ଆରମ୍ଭ ହେବାକୁ ଯାଉଛି। ସୁପର-୧୨ର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ୨୩ ଅକ୍ଟୋବରରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ମ୍ୟାଚ୍‌ ହେବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌ ଫଟୋଶୁଟ୍‌ କରିଛି। ଆଉ ଫଟୋଶୁଟ୍‌ କରିବା ସମୟରେ ଭାରତୀୟ ଖେଳାଳି ମସ୍ତିମଜାକ କରୁଥିବା ନଜର ଆସିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ପାକିସ୍ତାନ ବିପକ୍ଷରେ ୨୩ ଅକ୍ଟୋବରକୁ ହେବାକୁ ଥିବା ମହା ମୁକାବିଲା ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌ ଫଟୋଶୁଟ୍‌ ପାଇଁ ପହଛଇ। ଏହି ସମୟରେ ସମସ୍ତ ଖେଳାଳି ମସ୍ତିମୁଡରେ ନଜର ଆସିଛନ୍ତି। ଏହି ଫଟୋଶୁଟ୍‌ରେ ଟିମ୍‌ ଇଣ୍ଡିଆର ଅନୁଭବୀ ଖେଳାଳି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅଧିନାୟକ ରୋହିତ ଶର୍ମାଙ୍କ ନକଲ କରୁଥିବାର ନଜର ଆସିଛନ୍ତି। ବିରାଟ କୋହଲି ମଧ୍ୟ ମିରର ସାମ୍ନାରେ ଜବରଦସ୍ତ ପୋଜ୍‌ ଦେଉଛନ୍ତି।

ଟିମ ଇଣ୍ଡିଆର ଏହି ଫଟୋଶୁଟ୍‌ର ଭିଡିଓ ସୋସିଆଲ ମିଡିଆରେ ଟି-୨୦ ବିଶ୍ୱକପର ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ଅପଲୋଡ୍‌ କରିଛନ୍ତି। କ୍ରିକେଟ ଫ୍ୟାନ୍ସ ଏହି ଭିଡିଓକୁ ବେଶ୍‌ ପସନ୍ଦ କରିଛନ୍ତି। ଫ୍ୟାନ୍ସ ଭାରତୀୟ ଟିମର ଏହି ଫଟୋଶୁଟ୍‌ ଦେଖି ବହୁତ ଖୁସି ରହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୨୩ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟ ମ୍ୟାଚ୍‌ ହେବ। ଏହି ମ୍ୟାଚକୁ ବର୍ଷା ବିଗାଡିପାରେ ବୋଲି ଆକଳନ କରାଯାଉଛି। ଏହିଦିନ ମେଲବର୍ଣ୍ଣରେ ବର୍ଷା ହେବ ବୋଲି ୭୦ ପ୍ରତିଶତ ସମ୍ଭାବନା ରହିଛି। ଯଦି ବର୍ଷା ହୁଏ, ତେବେ ଫ୍ୟାନ୍ସ ନିରାଶ ହୋଇପାରନ୍ତି।

Also Read : ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ବଡ ଝଟକା, ହସପିଟାଲରେ ଭର୍ତ୍ତି ହେଲେ ଶାନ୍‌ ମସୁଦ

Leave A Reply

Your email address will not be published.