ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ଗାର୍ଡେନ ସିଟିରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌

ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ । ଆମେରିକା ଏବଂ େଓ୍ଵଷ୍ଟଇଣ୍ଡିଜରେ ୨ ଜୁନରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆମେରିକାରେ ପହଞ୍ଚିସାରିଛି ଭାରତୀୟ ଟିମ୍‌ । ସେଠାରେ ପହଞ୍ଚି ଭାରତୀୟ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅଭ୍ୟାସ ମ୍ୟାଚ ପାଇଁ ନ୍ୟୁୟର୍କର ଗାର୍ଡେନ ସିଟିରେ ପହଞ୍ଚିଯାଇଛି ଭାରତୀୟ ଟିମ୍‌ ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀ ଟି ୨ଟି ଅଲଗା ଅଲଗା ବ୍ୟାଚରେ ନ୍ୟୁୟର୍କରେ ପହଞ୍ଚିଛି । ଏଥିରେ ଭାରତୀୟ ଖେଳାଳିଙ୍କ ସହିତ ରିଜର୍ଭ ଖେଳାଳି ମଧ୍ୟ ସାମିଲ ରହିଛନ୍ତି । କେବଳ ଷ୍ଟାର ବ୍ୟାଟର ବିରାଟ କୋହଲି ଏପର୍ଯ୍ୟନ୍ତ ଟିମ ସହିତ ଯାଇନାହାନ୍ତି । କିନ୍ତୁ ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁୟର୍କରେ ପହଞ୍ଚିସାରିଛନ୍ତି ।

ନ୍ୟୁୟର୍କରେ ପହଞ୍ଚିବା ପରେ ଭାରତୀୟ ଟିମ୍‌ ଗୋଟିଏ ଦିନ ବିଶ୍ରାମ କରିବା ପରେ ସେଠିକାର ପାଣିପାଗରେ ନିଜକୁ ଖାପଖୁଆଇବା ପାଇଁ ହାଲୁକା ଅଭ୍ୟାସ କରିଛି । ପ୍ରଥମ ଦିନରେ ରନିଂ ଏବଂ ଫୁଟବଲ୍‌ ଖେଳିଥିଲେ ଖେଳାଳି । ନିଜକୁ ଓ୍ଵାର୍ମଅପ୍‌ କରିବା ପାଇର୍ ଫୁଟବଲ ଖେଳି ଫିଟନେସ ପରଖିଛନ୍ତି । ପ୍ରଥମ ଦିନ ଭାରତୀୟ ଟିମ୍‌ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଅଭ୍ୟାସ କରିଥିଲେ । ଅଭ୍ୟାସ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି ।

ତେବେ ଏହି ସମୟରେ ଖେଳାଳି ମସ୍ତି କରୁଥିବାର ନଜର ଆସିଛନ୍ତି । ଏହାର ଫଟୋ ଭାଇରଲ ହେଉଛି । ତେବେ ଭାରତୀୟ ଟିମ୍‌ ଅଭ୍ୟାସ ମ୍ୟାଚ ଖେଳାଯିବାକୁ ଥିବା ସ୍ଥାନରେ ହିଁ ରହିଛନ୍ତି । ଭାରତୀୟ ନାସୋ କାଉଣ୍ଟିର ଏକ ବଡ ଗାଁ ଗାର୍ଡେନ ସିଟିରେ ରହିଛନ୍ତି । ଏଠିକାର ଜନସଂଖ୍ୟା ୨୩ ହଜାରରୁ ଅଧିକ । ଏହା ଷ୍ଟାଡିୟମର କିଛି ଦୂରରେ ଅବସ୍ଥିତ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

You might also like