ଟି୨୦ ବିଶ୍ୱକପ ୨୦୨୪ : ଦିନିକିଆ ବିଶ୍ୱକପର ପ୍ରତିଶୋଧ ନେବ ଭାରତ, ଅଷ୍ଟ୍ରେଲିଆକୁ ସୁପର-୮ରେ ମାତ୍‌ ଦେବାକୁ କରିବ ଚେଷ୍ଟା

ଟି୨୦ ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ଭାରତ ଦୁଇଟି ସୁପର-୮ ମ୍ୟାଚ ଜିତିସାରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ଲେଇଂ ଏକାଦଶରେ ପରିବର୍ତ୍ତନ କରିପାରେ । ଭାରତୀୟ ସମୟ ରାତି ୮ଟାରେ ସେଣ୍ଟ ଲୁସିଆରେ ଅଷ୍ଟ୍ରେଲିଆ ସହିତ ମ୍ୟାଚ ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ବାହିନୀ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଚେଷ୍ଟା କରିବ । ଦିନିକିଆ ବିଶ୍ୱକପ ଫାଇନାଲର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ରୋହିତ ବାହିନୀ ।

ଆଜି ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତ ହରାଇଲେ ହାତେଇନେବ ସେମିଫାଇନାଲ ଟିକେଟ୍ । ଅଷ୍ଟ୍ରେଲିଆ ଠାରୁ ଛୋଟ ବ୍ୟବଧାନରେ ହାରିଲେ ଭାରତ ପାଇଁ ସମସ୍ୟା ନ ଉପୁଜିପାରେ । ହେଲେ ଯଦି ଭାରତ ଅଷ୍ଟ୍ରେଲିଆ ଠାରୁ ବଡ଼ ବ୍ୟାବଧାନରେ ହାରୁଛି ଓ ଆଫଗାନିସ୍ତାନ ବାଂଲାଦେଶଠାରୁ ଜିତୁଛି ତେବେ ଭାରତ ପାଇଁ ବଢିପାରେ ସମସ୍ୟା । ସେମି ରେସରୁ ବିଦା ହୋଇପାରେ ମେନ୍ ଇନ ବ୍ଲୁ । କାରଣ ନେଟ୍ ରନ ରେଟ୍ ଆଧାରରେ ଆଷ୍ଟ୍ରେଲିଆ ଓ ଆଫଗାନିସ୍ତାନକୁ ମିଳିବ ସେମି ଟିକେଟ୍ । ଭାରତର ନେଟ ରନରେଟ୍ ରହିଛି +୨.୪୨୫ ।

ଆଫଗାନିସ୍ତାନ ଠାରୁ ହାରିବା ପରେ ଏବେ ଅଷ୍ଟ୍ରେଲିଆକୁ ସେମିଫାଇନାଲ ଚିନ୍ତା । ଯଦି ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ହାରିବ ତେବେ ବାଂଲାଦେଶ ହେବ ସାହା । ବାଂଲାଦେଶ ଯଦି ଆଫଗାନିସ୍ତାନକୁ ହରାଏ ତାହେଲେ ନେଟ ରନରେ ଅଷ୍ଟ୍ରେଲିଆ ପାଇଁ ସୁଯୋଗ ତିଆରି ହୋଇପାରେ । ଦଳର ନେଟ ରନରେଟ୍ ରହିଛି +୦.୨୨୩ । ଆଫଗାନିସ୍ତାନ ଦଳକୁ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ବାଂଲାଦେଶକୁ ହରାଇବାକୁ ପଡିବ । ତାସହିତ ଦଳ ଚାହିଁବ ଯେମିତି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଜିତୁ । ଯଦି ଅଷ୍ଟ୍ରେଲିଆ ଆଜିର ମ୍ୟାଚ ଜିତିବ । ତାହେଲେ ଆଫଗାନିସ୍ତାନକୁ ବାଂଲାଦେଶ ବିପକ୍ଷରେ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ । ଦଳର ନେଟ ରନରେଟ୍ ରହିଛି -୦.୬୫୦ ।

ରୋହିତ ଶର୍ମା ସୁପର-୮ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ସମ୍ଭାବ୍ୟ ଏକାଦଶରେ ପରିବର୍ତ୍ତନ କରିଥିଲେ । ମହମ୍ମଦ ସିରାଜଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଟିମରେ ସ୍ଥାନ ମିଳିଥିଲା । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପ୍ଲେଇଂ ଏକାଦଶରେ ଭାରତ ପରିବର୍ତ୍ତନ କରିପାରେ । ଭାରତ ଗ୍ରୁପ ମ୍ୟାପ ନ୍ୟୁର୍ୟକରେ ଖେଳିଥିଲା । ଏଠାରେ ଦ୍ରୁତ ବୋଲରଙ୍କୁ ବେଶ ସହାୟତା ମିଳିଥିଲା । ଏଥିପାଇଁ ରୋହିତ ଶର୍ମା ପ୍ଲେଇଂ ଏକାଦଶରେ ୩ ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିଥିଲେ । କିନ୍ତୁ ସୁପର-୮ ମ୍ୟାଚ େଓ୍ଵଷ୍ଟଇଣ୍ଡିଜରେ ଖେଳାଯାଉଛି । ଯାହା ସ୍ପିନରଙ୍କ ପାଇଁ ବେଶ୍‌ ସହାୟକ ହେଉଛି । ତେଣୁ ରୋହିତ ୩ ଜଣ ସ୍ପିନରଙ୍କୁ ଟିମରେ ସ୍ଥାନ ଦେଇପାରନ୍ତି ।

ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ଜସପ୍ରୀତ ବୁମରା ।

You might also like