ଶ୍ରୀଲଙ୍କାରେ ଭାରତୀୟ ଟିମ ଉପରେ ଫୁଲ ବର୍ଷା, ବିସିସିଆଇ ସେୟାର କଲା ଭିଡିଓ

ଆଇସିସି ଟି୨୦ ବିଶ୍ୱକପ ପରେ ଭାରତୀୟ ଟିମ୍ ଶ୍ରୀଲଙ୍କାରେ ପହଞ୍ଚିଛି । ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଜିମ୍ବାୱେ ସିରିଜ ଜିତିବା ପରେ ଏବେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଟି୨୦ ସିରିଜ ଖେଳିବ ଟିମ୍ । ନୂଆ କୋଚ ଏବଂ ନୂଆ ଅଧିନାୟକ ସହିତ ଟିମ୍ ଶ୍ରୀଲଙ୍କାରେ ପହଞ୍ଚିଛି । ଶ୍ରୀଲଙ୍କାର କଲମ୍ବୋରେ ପହଞ୍ଚିବା ପରେ ଭାରତୀୟ ଟିମ୍କୁ ହୋଟେଲରେ ଫୁଲ ବର୍ଷା କରାଯାଇ ସ୍ୱାଗତ କରାଯାଇଛି । ବିସିସିଆଇ ଏହି ଭିଡିଓକୁ ସେୟାର କରିଛି ।
ଭାରତୀୟ ଟିମ୍ ଶ୍ରୀଲଙ୍କା ସହିତ ୩ଟି ଟି୨୦ ସିରିଜ ଏବଂ ଦିନିକିଆ ସିରିଜ ଖେଳିବ । ଟି୨୦ ମ୍ୟାଚ ପଲ୍ଲେକଲରେ ଖେଳାଯିବାକୁ ଥିବା ବେଳେ କଲମ୍ବୋରେ ଦିନିକିଆ ସିରିଜ ଖେଳାଯିବ । ଟିମ ନୂଆ କୋଚ ସହିତ ଗୌତମ ଗମ୍ଭୀରଙ୍କ ସହିତ ବିଦେଶ ଗସ୍ତ କରିଛି । ବିସିସିଆଇ ଭାରତୀୟ ଟିମ୍ ଶ୍ରୀଲଙ୍କା ଗସ୍ତ କରିବା ଠାରୁ ଆରମ୍ଭ କରି ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ।
ଭାରତୀୟ ଟିମ୍ ମୁମ୍ବାଇରୁ ଶ୍ରୀଲଙ୍କା କଲମ୍ବୋ ପାଇଁ ୨୨ ତାରିଖରୁ ଉଡାଣ ଭରିଥିଲା । ଏୟାରପୋର୍ଟରେ ସୂର୍ଯ୍ୟକୁମାର ଯାଦବଙ୍କ ସହିତ ମହିଳା ଷ୍ଟାଫ ମଧ୍ୟ ଫଟୋ ଉଠାଉଥିବାର ନଜର ଆସିଥିଲେ । ବିମାନ ଏବଂ ଟିମ ବସରେ ସମସ୍ତ ଖେଳାଳି ମସ୍ତି କରୁଥିବାର ନଜର ଆସିଛନ୍ତି । କଲମ୍ବୋରେ ପହଞ୍ଚିବା ପରେ ଭାରତୀୟ ଟିମ୍ ଖେଳାଳି ହୋଟେଲରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ଉପରେ ଫୁଲ ବର୍ଷା ହୋଇଥିଲା । ଗେଟରେ ଥିବା ମହିଳା ଷ୍ଟାଫ କର୍ମଚାରୀ ହାତରେ ପଦ୍ମ ଫୁଲ ଧରି ଖେଳାଳିଙ୍କ ସ୍ୱାଗତ ପାଇଁ ଠିଆ ହୋଇଥିବା ନଜର ଆସିଛନ୍ତି ।
ଟି୨୦ ଟିମ୍ : ସୂର୍ଯ୍ୟକୁମାର ଯାଦବ ( ଅଧିନାୟକ), ଶୁଭମନ ଗିଲ୍ (ଉପ ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ରିଙ୍କୁ ସିଂ, ରିୟାନ ପରାଗ, ରିଷଭ ପନ୍ତ(ଓ୍ଵିକେଟ କିପର), ସଞ୍ଜୁ ସାମସନ(ଓ୍ଵିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ରା, ଶିବମ ଦୁବେ, ଅକ୍ଷର ପଟେଲ, ଓ୍ଵାଶିଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଖଲୀଲ ଅହମଦ, ମହମ୍ମଦ ସିରାଜ ।
ଦିନିକିଆ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍ (ଉପ ଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ କିପର), ରିଷଭ ପନ୍ତ (ଓ୍ଵିକେଟ କିପର), ଶ୍ରେୟସ ଆୟର, ଶିବମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ ପରାଗ, ଅକ୍ଷର ପଟେଲ, ଖଲିଲ ଅହମଦ, ହର୍ଷିତ ରାଣା ।
ଭାରତ-ଶ୍ରୀଲଙ୍କା ଖେଳସୂଚୀ :
୨୭ ଜୁଲାଇ: ପ୍ରଥମ ଟି୨୦, ପଲ୍ଲେକେଲ
୨୮ ଜୁଲାଇ: ଦ୍ୱିତୀୟ ଟି୨୦, ପଲ୍ଲେକେଲ
୩୦ ଜୁଲାଇ : ତୃତୀୟ ଟି୨୦, ପଲ୍ଲେକେଲ
୨ ଅଗଷ୍ଟ: ପ୍ରଥମ ଦିନିକିଆ, କଲମ୍ବୋ
୪ ଅଗଷ୍ଟ : ଦ୍ୱିତୀୟ ଦିନିକିଆ, କଲମ୍ବୋ
୭ ଅଗଷ୍ଟ : ତୃତୀୟ ଦିନିକିଆ, କଲମ୍ବୋ