ମେଲବର୍ଣ୍ଣରେ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି, ହାତରେ କଳାପଟି ବାନ୍ଧି ମ୍ୟାଚ୍ ଖେଳିଲେ ଭାରତୀୟ ଟିମ୍
ମନମୋହନଙ୍କ ପରଲୋକରେ ଶୋକ ପ୍ରକାଶ କରିଛି ଟିମ ଇଣ୍ଡିଆ । କଳା ରଙ୍ଗର ଆର୍ମ ବ୍ୟାଣ୍ଡ ପିନ୍ଧି ତାଙ୍କୁ ସମ୍ମାନ ଜଣାଇଛନ୍ତି ଟିମ ଇଣ୍ଡିଆ ଖେଳାଳି । ଭାରତ ଓ ଅଷ୍ଠ୍ରେଲିଆ ମଧ୍ୟରେ ଏବେ ବକ୍ସିଂ ଡେ ଟେଷ୍ଟ ଚାଲିଛି । ଆଜି ସକାଳୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଟିମ ଇଣ୍ଡିଆର ସମସ୍ତ ଖେଳାଳି ହାତରେ କଳା ପଟି ପିନ୍ଧି ଖେଳୁଛନ୍ତି।
ଗତକାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ପରଲୋକ ଘଟିଛି । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଗତକାଲି ରାତି ୯ଟା ୫୧ରେ ଦେହାନ୍ତ ହୋଇଯାଇଛି । ୯୨ ବର୍ଷ ବୟସ୍କ ମନମୋହନ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥ ବିଗିଡିବାରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ପରେ ଘରେ ସେ ଚେତାହରାଇଥିଲେ । ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ବିଭାଗର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର ।