ଟେନିସ୍ ଷ୍ଟାର ମାଧୱିନ କାମାତ ଗିରଫ, ଯୁବତୀଙ୍କୁ ଏଭଳି କରୁଥିଲେ ବଦନାମ

୨୨ ବର୍ଷୀୟ ଯୁବତୀଙ୍କ ଫଟୋକୁ କାମାତ ଇନଷ୍ଟାଗ୍ରାମରୁ ଡାଉନଲୋଡ୍ କରିଥିଲେ ଓ ପରେ ତାହାକୁ ପୋଷ୍ଟର ଭାବେ ବ୍ୟବହାର କରିଥିଲେ । ଯୁବତୀଙ୍କୁ ଏସ୍କର୍ଟ ଓ ସେକ୍ସ ୱାର୍କର ଦର୍ଶାଇ ପୋଷ୍ଟର ଲଗାଇଥିଲେ । ସେହି ପୋଷ୍ଟରରେ ଯୁବତୀଙ୍କ ମୋବାଇଲ ନମ୍ବର ମଧ୍ୟ ଲେଖାଯାଇଥିଲା ।

ଭାରତୀୟ ଟେନିସ୍ ଷ୍ଟାର ମାଧୱିନ କାମାତ ଗିରଫ । ଅହମଦାବାଦ ସହରରେ ପୋଷ୍ଟ ଲଗାଇ ଜଣେ ଯୁବତୀଙ୍କୁ ଏସ୍କର୍ଟ ଓ ସେକ୍ସ ୱାର୍କର ଦର୍ଶାଇ ବଦନାମ କରିଥିବା ନେଇ କାମାତଙ୍କ ନାମରେ ଅଭିଯୋଗ ଆସିଥିଲା । ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଛି । କାମାତଙ୍କ ଗିରଫଦାରୀକୁ ନେଇ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି ।

ଖବର ମୁତାବକ, ୨୨ ବର୍ଷୀୟ ଯୁବତୀଙ୍କ ଫଟୋକୁ କାମାତ ଇନଷ୍ଟାଗ୍ରାମରୁ ଡାଉନଲୋଡ୍ କରିଥିଲେ ଓ ପରେ ତାହାକୁ ପୋଷ୍ଟର ଭାବେ ବ୍ୟବହାର କରିଥିଲେ । ଯୁବତୀଙ୍କୁ ଏସ୍କର୍ଟ ଓ ସେକ୍ସ ୱାର୍କର ଦର୍ଶାଇ ପୋଷ୍ଟର ଲଗାଇଥିଲେ । ସେହି ପୋଷ୍ଟରରେ ଯୁବତୀଙ୍କ ମୋବାଇଲ ନମ୍ବର ମଧ୍ୟ ଲେଖାଯାଇଥିଲା । ଫଳରେ ଯୁବତୀଙ୍କ ପାଖକୁ ଅଜଣା ନମ୍ବରରୁ ବହୁ କଲ୍ ଯାଇଥିଲା ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଫୋନ କରୁଥିବା ଅଜଣା ଲୋକ ତାଙ୍କୁ ସେକ୍ସ ୱାର୍କର କହି ହଇରାଣ କରୁଥିଲେ । ଏହାକୁ ନେଇ ସେ ଅହମଦାବାଦ ସାଇବର କ୍ରାଇମ ସେଲରେ କେସ୍‌ ଦାୟର କରିଥିଲେ । ଯାହାପରେ ସାଇବର କ୍ରାଇମ ସେଲ ଏହାକୁ ଯାଞ୍ଚ କରିଥିଲା ।

ଯାଞ୍ଚରୁ ଜଣାପଡିଥିଲା କି, ଯୁବତୀଙ୍କୁ ପୋଷ୍ଟର ମୋର୍ଫ କରି ଅଲଗା ଅଲଗା ଇଲେକ୍ଟ୍ରିକ୍‌ ଡିପି ଲଗାଯାଇଥିଲା । ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ପୋଲିସ କହିବା ମୁତାବକ, ମାଧୱିନ ଓ ଯୁବତୀ ପରସ୍ପରଙ୍କୁ ପୂର୍ବରୁ ଜାଣିଥିଲେ ଓ କୌଣସି କାରଣରୁ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା । ଏହାପରେ ମାଧୱିନ ଇନଷ୍ଟାଗ୍ରାମରୁ ଯୁବତୀଙ୍କ ଫଟୋ ଡାଉନଲୋଡ କରି ପୋଷ୍ଟର ବନାଇ ସହରର ସମସ୍ତ ସ୍ଥାନରେ ଲଗାଇଥିଲେ ।