ଦିନିକିଆ ଦୃଷ୍ଟିହୀନ କ୍ରିକେଟ ସିରିଜ୍‌କୁ ହାତେଇଲା ଟିମ୍‌ ଇଣ୍ଡିଆ

କଟକ(କେନ୍ଯୁଜ୍) : ଭାରତ-ଶ୍ରୀଲଙ୍କା ଦୃଷ୍ଟିହୀନ କ୍ରିକେଟ ଦିନିକିଆ ସିରିଜ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୧୧୩ରନ୍‌ରେ ହରାଇଲା ଭାରତ। ବିଶାଳ ୪୬୪ରନ୍‌ର ପିଛା କରି ସିଂହଳି ଦଳ ୪୦ ଓଭରରେ ୮ ୱିକେଟ ହରାଇ କରିଥିଲା ୩୫୧ରନ୍‌। ଶ୍ରୀଲଙ୍କାର ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇବାରୁ ଦଳର କୌଣସି ଖେଳାଳି ବଡ଼ ସ୍କୋର କରି ପାରି ନଥିଲେ। ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ତରଫରୁ ଅଧିନାୟକ ଅଜୟ ରେଡି ଅପରାଜିତ ୧୫୪ରନ୍‌ ଓ ଅନିଲ ଭାଇ ଗରିଆ ୧୧୩ରନ୍‌ କରିଥିଲେ। ଏହି ମ୍ୟାଚ୍‌ ଜିତି ଭାରତ ସିରିଜ୍‌ ଜିତି ନେଇଛି। ସିରିଜ ପରବର୍ତ୍ତୀ ତଥା ଅନ୍ତିମ ମ୍ୟାଚ୍‌ କୋଲକାତାରେ ଖେଳାଯିବ।