ଇତିହାସ ରଚିଲା ଭାରତ ଅଣ୍ଡର-୧୯ ମହିଳା କ୍ରିକେଟ ଟିମ୍, ସାଉଥ ଆଫ୍ରିକାକୁ ଫାଇନାଲରେ ହରାଇ ଜିତିଲା ଟି୨୦ ବିଶ୍ବକପ

ଭାରତର ଅଣ୍ଡର-୧୯ ମହିଳା କ୍ରିକେଟ ଟିମ୍ ଇତିହାସ ରଚିଛି । ସାଉଥ ଆଫ୍ରିକାକୁ ଫାଇନାଲ ମ୍ୟାଚରେ ହରାଇ ଦ୍ବିତୀୟ ଥର ଅଣ୍ଡର-୧୯ ମହିଳା ଟି୨୦ ବିଶ୍ବକପ ଟାଇଟଲ ଜିତିଛି ଭାରତ । ଭାରତ ସାଉଥ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସାଉଥ ଆଫ୍ରିକା । ହେଲେ ଟିମ୍ ବେଶ କିଛି କମାଲ କରିପାରିନଥିଲା । ଟିମ୍ ୨୦ ଓଭରରେ ମାତ୍ର ୮୨ ରନ୍ କରି ଅଲଆଉଟ ହୋଇଯାଇଥିଲା ।

ସାଉଥ ଆଫ୍ରିକାକୁ ୯ ୱିକେଟରେ ହରାଇ ଲଗାତାର ଦ୍ବିତୀୟ ଥର ଟି-୨୦ ବିଶ୍ବକପ ଚାମ୍ପିଅନ ହୋଇଛି  ଭାରତ । ନିକି ପ୍ରସାଦଙ୍କ ନେତୃତ୍ବାଧୀନ ଜୁନିୟର ଭାରତୀୟ ମହିଳା ଦଳ ଅଣ୍ଡର-୧୯ ମହିଳା ଟି୨୦ ବିଶ୍ବକପ ଜିତିଛି ଭାରତ । ସର୍ବାଧିକ ୱିକେଟ୍ ଟେକର ହୋଇଛନ୍ତି ବୈଷ୍ଣବୀ ଶର୍ମା । ସେ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳି ୧୭ଟି ୱିକେଟ ଅକ୍ତିଆର କରିଛନ୍ତି । ଗୋଙ୍ଗଡି ତ୍ରିସା ପ୍ଲୋୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ୍ ଜିତିବା ଏବଂ ବ୍ୟାଟିଂ କରିବା ପରେ ସାଉଥ ଆଫ୍ରିକା  ୨୦ ଓଭରରେ ୮୨ ରନ୍‌ କରିଥିଲା । ଏହାର ଜବାବରେ ଭାରତ ୧୧.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଫାଇନାଲରେ ଗୋଙ୍ଗଡି ତ୍ରିସା ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ । ତିନୋଟି ୱିକେଟ୍ ନେବା ସହିତ ସେ ଅପରାଜିତ ୪୪ ରନ୍ ମଧ୍ୟ କରିଥିଲେ ।

କୁଆଲାଲମ୍ପୁରର ବେମାସ୍ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ସାଉଥ ଆଫ୍ରିକା ଅଧିନାୟକ ରେନେକେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଟସ୍ ଜିତିବା ଏବଂ ବ୍ୟାଟିଂ କରିବା ପରେ ସାଉଥ ଆଫ୍ରିକା  ୨୦ ଓଭରରେ ୮୨ ରନ୍‌ କରିଥିଲା । ଏହାର ଜବାବରେ ଭାରତ ୧୧.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

ଏହି ଟୁର୍ଣ୍ଣାମେଣ୍ଟ ୨୦୨୩ରେ ଆରମ୍ଭ ହୋଇଥିଲା ​। ଶେଫାଳି ବର୍ମା ସେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ । ଏବେ ନିକି ପ୍ରସାଦଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି ।

Also Read : ବିସିସିଆଇ ନମନ ଆୱାର୍ଡ ୨୦୨୫: ସଚିନ ତେନ୍ଦୁଲକରଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ, ବୁମରା ଏବଂ ମନ୍ଧାନାଙ୍କୁ…

You might also like