ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ, ପରିସ୍ଥିତି ଠିକ୍‍ ହେବା ପର୍ଯ୍ୟନ୍ତ କିଛି ଖେଳ ହେବନାହିଁ

ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ ରହିଛି । କୋଭିଡ-୧୯ ସଂକ୍ରମଣ କାରଣରୁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସବୁ କ୍ରିକେଟ କାର୍ଯ୍ୟକଳାପକୁ ବାତିଲ କରିଥିବାରୁ ଏପରି ସ୍ଥିତି ଦେଖାଦେଇଛି । ଜୁନ୍‍ ୨୫ରୁ ଭାରତୀୟ ମହିଳାଙ୍କ ଗସ୍ତ ଆରମ୍ଭ ହେବା କାର୍ଯ୍ୟକ୍ରମ ଥିଲା । ଏହି ଦୁଇ ସପ୍ତାହ ବିଶିଷ୍ଟ ଏହି ଗସ୍ତରେ ଭାରତ ୪ଟି ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ ଖେଳିଥାନ୍ତା । ତେବେ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟମ୍‍ ହାରିସନ କହିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାଇ ଏହି ନିର୍ଦ୍ଦେଶ ନିଆଯିବ । ଖେଳିବା ପାଇଁ ସୁସ୍ଥ ପରିବେଶ ନ ହେଲା ପର୍ଯ୍ୟନ୍ତ କ୍ରିକେଟ ସମ୍ଭବ ନୁହଁ । ଅନ୍ତର୍ଜାତୀୟ ମ୍ୟାଚଗୁଡିକର ନୂଆ କାର୍ଯ୍ୟସୂଚୀ ଧାର୍ଯ୍ୟ କରିବା ପାଇଁ ଆମର ଯୋଜନା ରହିଛି ବୋଲି ଇସିବି ତରଫରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.