ଟି-୨୦ ଚ୍ୟାଲେଞ୍ଜ ପାଇଁ ଦୁବାଇରେ ପହଞ୍ଚିଲା ଭାରତୀୟ ମହିଳା କ୍ରିକେଟ ଦଳ, ୪ ନଭେମ୍ବର ଟୁର୍ଣ୍ଣାମେଣ୍ଟ ଆରମ୍ଭ

ୟୁଏଇରେ ଏବେ ଆଇପିଏଲ୍‌ ମ୍ୟାଚ ଚାଲିଛି। ଟୁର୍ଣ୍ଣାମେଣ୍ଟ ରେ ଖୁବଶୀଘ୍ର ପ୍ଲେଅଫ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଏହାମଧ୍ୟରେ ମହିଳା ଟିଟ୍ୱେଣ୍ଟି ଚ୍ୟାଲେଞ୍ଜ ପାଇଁ ଭାରତୀୟ ଖେଳାଳି ଦୁବାଇରେ ପହଞ୍ଚିଛନ୍ତି । ସ୍ମୃତି ମନ୍ଧନା, ମିଥାଲି ରାଜ ଏବଂ ହରମନପ୍ରୀତ କୌରଙ୍କ ଯାତ୍ରା ସଂପର୍କିତ ଫଟୋ ଆଇପିଏଲ୍ ଅଫିସିଆଲ୍ ଟ୍ୱିଟର ପୋଷ୍ଟ୍ କରାଯାଇଥିଲା ।

ଆଇପିଏଲରେ ପ୍ଲେ ଅଫ୍ ସପ୍ତାହ ଅର୍ଥାତ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଖେଳାଳିମାନେ ୟୁଏଇରେ ପହଞ୍ଚିବା ମାତ୍ରେ ୬ ଦିନ ସଙ୍ଗରୋଧରେ ରହିବେ। ଏହାପରେ ସେମାନେ ଜୈବ ସୁରକ୍ଷା ବଳୟରେ ଅଭ୍ୟାସ ଆରମ୍ଭ କରିବେ।

ଫଟୋରେ ଦେଖିବାକୁ ମିଳିଛି ଯେ, ମନ୍ଧନା, ମିଥାଲି ଓ ହର୍ମନପ୍ରୀତ ଯାତ୍ରା କରିବା ସମୟରେ ପିପିଇ କିଟ୍ସ ପରିଧାନ କରିଥିଲେ। ପ୍ରଥମେ ଭାରତୀୟ ଖେଳାଳିମାନଙ୍କୁ ମୁମ୍ବାଇରେ ପହଞ୍ଚିବାକୁ କୁହାଯାଇଥିଲା। ସେଠାରେ ସଙ୍ଗରୋଧରେ ରହିବା ପରେ ଗୁରୁବାର ଦିନ ମୁମ୍ବାଇରୁ ଖେଳାଳିମାନେ ୟୁଏଇ ଯାତ୍ରା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.