ଅନ୍ତିମ ପଙ୍ଘାଲ ୩ ବର୍ଷ ପାଇଁ ହୋଇପାରନ୍ତି ବ୍ୟାନ୍‌, ସାମ୍ନାକୁ ଆସିଲା ପୁରା ମାମଲା

ଭାରତୀୟ ମହିଳା ରେସଲର ଅନ୍ତିମ ପଙ୍ଘାଲଙ୍କୁ ଶକ୍ତ ଝଟକା । ଅନ୍ତିମଙ୍କ ଉପରେ ଭାରତୀୟ ଅଲିମ୍ପିକ୍ସ ସଂଘ ୩ ବର୍ଷ ପାଇଁ ବ୍ୟାନ୍‌ ଲଗାଇପାରେ । ପ୍ୟାରିସ ଅଲିମ୍ପିକ୍ସରେ ବିଶୃଙ୍ଖଳା ଆଚରଣ ପାଇଁ ତାଙ୍କୁ ୩ ବର୍ଷ ପାଇଁ ଆଇଓଏ ବ୍ୟାନ କରିପାରେ ।

୫୩ କେଜି ବର୍ଗରେ କୁସ୍ତି ଲଢ଼ିଥିବା ଅନ୍ତିମ ପ୍ରଥମ ରାଉଣ୍ଡରେ ହାରି ଯାଇଥିଲା । ମ୍ୟାଚ୍ ହାରିବା ପରେ ସେ ହୋଟେଲକୁ ଚାଲି ଯାଇଥିଲେ । ହେଲେ  କିଛି ଜିନିଷ କ୍ରୀଡାଗ୍ରାମରେ ରହିଥିବାରୁ ଭଉଣୀ ସେ ଆର୍କିଡେକ୍ସନ କାର୍ଡ ଦେଇ ପଠାଇଥିଲେ ।  ସେ ଏହାକୁ ବ୍ୟବହାର କରି ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀମାନେ ତାଙ୍କୁ ଧରିବା ପରେ ପୋଲିସ କିଛି ସମୟ ପାଇଁ ହେପାଜତକୁ ନେଇଥିଲା । ତେବେ ଅନ୍ତିମଙ୍କ ଏଭଳି ଆଚରଣ କରିଥିବାରୁ ଆଇଓଏ କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି ।


ତେବେ ଏହି ଖବର ପରେ ଅନ୍ତିମ କହିଛନ୍ତି ଯେ, ମ୍ୟାଚ୍ ହାରିବା ପରେ ଅସୁସ୍ଥ ଅନୁଭବ କରିଥିଲି । ତେଣୁ କୋଚଙ୍କ ଅନୁମତିକ୍ରମେ ମୁଁ ମୋ ଭଉଣୀଙ୍କ ହୋଟେଲକୁ ଚାଲି ଯାଇଥିଲି । ହେଲେ ମୋର କିଛି ଜିନିଷ କ୍ରୀଡାଗ୍ରାମରେ ରହିଥିବାରୁ ଭଉଣୀ ସେ ଆର୍କିଡେକ୍ସନ କାର୍ଡ ଦେଇ ପଠାଇଥିଲେ । ସେ ଅଧିକାରୀମାନଙ୍କୁ ମୋ ଜିନିଷ ଆଣିବା ପାଇଁ ଅନୁମତି ମାଗିଥିଲେ । ଅଧିକାରୀମାନେ ମୋ ପରିଚୟପତ୍ର ତାଙ୍କ ଠାରୁ ନେଇଯିବା ସହ ତାଙ୍କୁ ପୋଲିସ ଷ୍ଟେସନ ନେଇଯାଇଥିଲେ। ଏହାପରେ ହିଁ ସବୁ ବିବାଦ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.