ୱାଲର୍ଡ ରେସଲିଂ ଚାମ୍ପିଅନସିପ୍: ଭାରତୀୟ ରେସଲର ପ୍ରିୟା ଜିତଲେ ସ୍ବର୍ଣ୍ଣ ପଦକ

ଭାରତୀୟ ରେସଲର ପ୍ରିୟା ମଲିକ ଭାରତ ନାମକୁ ଗୌରବାନ୍ବିତ କରିଛନ୍ତି। ହଙ୍ଗେରୀରେ ଚାଲିଥିବା ୱାଲର୍ଡ ରେସଲିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଗତକାଲି ମୀରାବାଈ ଚାନୁ ରୌପ୍ଯ ଜିତିଥିବା ବେଳେ ଆଜି ପ୍ରିୟା ୱାଲର୍ଡ ରେସଲିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଛନ୍ତି।

ସୂଚନାଯୋଗ୍ଯ, ଗତକାଲି ୪୯ କେଜି ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ଯ ପଦକ ହାସଲ କରିଥିଲେ। ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ମାରାବାଈ ଚାନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ସଫଳ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.