କାଜାକିସ୍ତାନର ପହିଲମାନ କାମୁଡିବା ସତ୍ତ୍ବେ ସହଜରେ ଛାଡିନଥିଲେ ରବି ଦାହିଆ, ଫଟୋ ସୋସିଆଲ ମିଡିଆରେ ଭାଇରଲ

ଟୋକିଓ ଅଲିମ୍ପିକ୍ସରେ କୁସ୍ତିରେ ଭାରତ ପାଇଁ ବୁଧବାର ବହୁତ ଦମଦାର ରହିଥିଲା। କୁସ୍ତିଯୋଦ୍ଧା ରବି କୁମାର ଦାହିଆ ପୁରୁଷ ୫୭ କିଗ୍ରା ବର୍ଗରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ରବି ଅଲିମ୍ପିକ୍ସରେ ପଦକ ଜିତିବା ସୁନିଶ୍ଚିତ। ଫାଇନାଲରେ ସ୍ବର୍ଣ୍ଣ ଜିତିବା ପାଇଁ ନିଜର ସମସ୍ତ ବଳ ପ୍ରୟୋଗ କରିପାରନ୍ତି ରବି ଦାହିଆ। କିନ୍ତୁ ମୁକାବିଲା ସରିବା ପରେ ସୋସିଆଲ ମିଡିଆରେ ଏମିତି ଫଟୋ ଓ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ବିରୋଧୀ ଖେଳାଳି ମ୍ୟାଚ୍ ସମୟରେ କିଛି ସମୟ ପର୍ଯ୍ୟନ୍ତ ରବି ଦାହିଆଙ୍କ ହାତକୁ କାମୁଡିଛନ୍ତି ତଥାପି ରବି ଶେଷ ପର୍ଯ୍ୟନ୍ତ କଡା ଟକ୍କର ଦେଇଥିଲେ।

୨୩ ବର୍ଷୀୟ ଦାହିଆ କଜାକିସ୍ତାନର ନୁରିସ୍ଲାମଙ୍କଠୁ ଯେବେ ୭-୯ ପଛରେ ଥିଲେ, ସେହି ସମୟରେ ସେ ଭିକ୍ଟ୍ରି ବାଇ ଫଲ୍ ଜରିଆରେ ନିଜର ବିଜୟ ସୁନିଶ୍ଚିତ କରିଥିଲେ। ହେଲେ ଏହି ସମୟରେ କାଜାକିସ୍ତାନ କୁସ୍ତଯୋଦ୍ଧା ରବି ଦାହିଆଙ୍କୁ ନିଜ ଉପରୁ ହଟାଇବା ପାଇଁ ଲଗାତାର ତାଙ୍କ ହାତକୁ କାମୁଡିବାରେ ଲାଗିଥିଲେ, ମାତ୍ର ଭାରତୀୟ ଖେଳାଳି ସହଜରେ ଛାଡିନଥିଲେ।

ପୂର୍ବତନ କ୍ରିକେଟ୍ ଖେଳାଳି ବୀରେନ୍ଦ୍ର ସେହ୍ଵାଗ ଏହି ଘଟଣାରେ ନିରାଶ ପ୍ରକାଶ କରି କହିଛନ୍ତି, ଏହା କେତେ ଅନୁଚିତ୍ ଘଟଣା। ତଥାପି ଆମର ରବି ଦାହିଆ ଦେଶ ପାଇଁ ନିଜର ଉତ୍ସାହକୁ କମ କରି ନାହାନ୍ତି। ହାତ କାମୁଡିଥିବା କାଜାକିସ୍ତାନର ପରାଜିତ ନୁରିସ୍ଲାମ ସନାୟେଭଙ୍କୁ ଲଜ୍ଜା ଲାଗିବା ଉଚିତ୍।

ସୂଚନାଯୋଗ୍ଯ, ମ୍ୟାଚ୍‌ରେ ଅନ୍ତିମ ମୁହୂର୍ତ୍ତରେ କାଜାକିସ୍ତାନ ପହିଲମାନ ଦାହିଆଙ୍କ ବାହୁକୁ କାମୁଡିବାରେ ଲାଗିଥିଲେ। ଫଟୋରେ ଦାହିଆଙ୍କ ବାମ ହାତରେ କାମୁଡାର ଗଭୀର ଚିହ୍ନଟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। କାଜାକିସ୍ତାନ ଖେଳାଳିଙ୍କ ଏମିତି କାର୍ଯ୍ୟକୁ କ୍ରୀଡାପ୍ରେମୀ ନାପସନ୍ଦ କରିଛନ୍ତି।

Leave A Reply

Your email address will not be published.