କେନ୍ୟୁଜ: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ । ପ୍ରଥମ ଟି -୨୦ ମ୍ୟାଚରେ ଭାରତ ୭ ଓ୍ଵିକେଟରେ ବିଜୟୀ ହୋଇଛି । ବର୍ଷା ପାଇଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ଓ୍ଵିକେଟରେ ୧୦୮ ରନ କରିଥିଲା ।
ଭାରତ ୯.୨ ଓଭରରେ ୩ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଟିମ୍ ଇଣ୍ଡିଆ । ଦଳ ପକ୍ଷରୁ ଓପନର ଦୀପକ ହୁଡ୍ଡା ସର୍ବାଧିକ ୪୭ ରନ କରି ଅପରାଜିତ ଥିଲେ । ଇଶାନ କିଷାନ ୨୬ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ କରିଥିଲେ । ଦୁଇ ମ୍ୟାଚ ବିଶିଷ୍ଟ ସିରିଜିର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ ।