ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ଫାଇନାଲରେ ବେଲଜିୟମ ଓ ଅଷ୍ଟ୍ରେଲିଆ, ବ୍ରୋଞ୍ଜ ପାଇଁ ଭାରତ-ଜର୍ମାନୀ ମୁକାବିଲା

ଟୋକିଓ : ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ ବେଲଜିୟମ ଓ ଅଷ୍ଟ୍ରେଲିଆ । ଆଜି ଦ୍ୱିତୀୟ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ୩-୧ ଗୋଲ୍‌ରେ ଜର୍ମାନୀକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି ।

ପରାଜିତ ହୋଇଥିବା ଜର୍ମାନୀ ସହ ଭାରତର ମୁକାବିଲା ହେବ ବ୍ରୋଞ୍ଜ ପଦକ ପାଇଁ । ଆସନ୍ତା ୫ ତାରିଖ ଦିନ ଏହି ମ୍ୟାଚ୍‌ ଖେଳାଯିବ । ଆଜିର ପ୍ରଥମ ସେମିଫାଇନାଲ୍‌ରେ ଭାରତୀୟ ଦଳ ବେଲଜିୟମ ଠାରୁ ୨-୫ ଗୋଲ୍‌ରେ ହାରି ଯାଇଥିଲା ।

ଦୀର୍ଘ ୪୯ ବର୍ଷ ପରେ ଭାରତୀୟ ଟିମ୍‌ ଅଲିମ୍ପିକର ସେମିଫାଇନାଲରେ ପହଞ୍ଚିଛି । ଏବେ ଭାରତୀୟ ଖେଳାଳୀ ମହାକୁମ୍ଭରେ ବ୍ରୋଞ୍ଜ ମେଡାଲ ପାଇଁ ଖେଳିବେ । ଶେଷ ଥର ପାଇଁ ଭାରତ ମସ୍କୋ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ତେବେ ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.