ଭାରତର ସବୁଠୁ ପୁରୁଣା ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାଇଜିଙ୍କ ୧୦୦ ବର୍ଷରେ ଦେହାନ୍ତ, ବିସିସିଆଇ ଜଣାଇଲା ଶ୍ରଦ୍ଧାଞ୍ଜଳି

ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କ ୧୦୦ ବର୍ଷରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ରାଇଜିଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ବାର୍ଦ୍ଧକ୍ୟ ହେତୁ ରାଇଜିଙ୍କର ମୃତୁ ଘଟିଥିବା କଥା ତାଙ୍କ ଜ୍ବାଇଁ ସୁନିଶ୍ଚିତ କରିଛନ୍ତି।
ପ୍ରାରମ୍ଭରୁ ଚାଟାର୍ଡ ଆକାଉଣ୍ଟାଣ୍ଟ୍ କାମ କରୁଥିବା ରାଇଜି କ୍ରିକେଟ୍ ପ୍ରତି ଥିବା ଶ୍ରଦ୍ଧାକୁ ଅଣହେଳା କରି ପାରି ନ ଥିଲେ। ୧୯୪୦ ଦଶକରେ ଡାହାଣହାତି ବ୍ୟାଟ୍ସମ୍ୟାନ୍ ରାଇଜି ମୁମ୍ବାଇ ଓ ବରୋଦାରେ ନଅଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍ ଖେଳିଥିଲେ। ନିଜ କ୍ୟାରିଅରରେ ୯ଟି ଫାଷ୍ଟକ୍ଲାସ ମ୍ୟାଚ ଖେଳିଥିଲେ, ଯେଉଁଥିରେ ୨୭୭ ରନ କରିଥିଲେ। ଦଶନ୍ଧିର କ୍ୟାରିଅର୍ ମଧ୍ୟରେ ୬୮ଟି ବଲ୍ ଖେଳି ୨୭୭ ରନ୍ କରି ସେ ରେକର୍ଡ କରିଥିଲେ।

୧୯୩୯ରେ ରାଇଜି ନାଗପୁରରେ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଟିମରେ ସେଣ୍ଟ୍ରାଲ୍ ପ୍ରୋଭିନ୍ସେସ୍ ଆଣ୍ଡ୍ ବିଅରର୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲେ। ୧ ରନ୍ କରି ଦ୍ବିତୀୟ ଇନିସିଂରେ ସେ ବାହାରି ଯାଇଥିଲେ। ୧୯୪୧ରେ ସେ ମୁମ୍ବାଇରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ରାଇଜି ୧୩ ବର୍ଷ ବୟସରେ ଦକ୍ଷିଣ ମୁମ୍ବାଇର ବମ୍ବେ ଜିମ୍ଖାନାରେ ପ୍ରଥମେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ।

raiji

ଜାନୁଆରି ମାସରେ ୧୦୦ ବର୍ଷରେ ପଦାର୍ପଣ କରିଥିବା ରାଇଜିଙ୍କୁ ତାଙ୍କ ବାସଭବନରେ ସଚିନ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆର ପୂର୍ବତନ ସ୍କିପର୍ ଷ୍ଟେଭ୍ ୱଗ୍ ସୌଜନମୂଳକ ସାକ୍ଷାତ୍ କରିଥିଲେ। ତାଙ୍କ ନିଧନରେ ବିସିସିଆଇ ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.